ପୁଣି ଆରମ୍ଭ ହେଲା ପ୍ରୟାସ: ପାକିସ୍ତାନ ଜେଲରୁ ଫେରିବେ ୫୫ ବର୍ଷ ହେଲା ଯୁଦ୍ଧ ବନ୍ଦୀ ଥିବା ଆନନ୍ଦ ପତ୍ରୀ, ବୈଦେଶିକ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭଦ୍ରକ ସାଂସଦ

Published By : Prameya-News7 Bureau | December 13, 2020 IST

ଭଦ୍ରକ ୧୩।୧୨: ପୁଣି ଆରମ୍ଭ ହେଲା ପ୍ରଚେଷ୍ଟା । ୫୫ ବର୍ଷ ହେଲା ପାକିସ୍ତାନ ଜେଲରେ ଯୁଦ୍ଧ ବନ୍ଦୀ ଥିବା ଆନନ୍ଦ ପାତ୍ରୀ ଫେରିବେ। ଏନେଇ ଭଦ୍ରକ ସାଂସଦ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ୩୧ ବେଙ୍ଗଲ ଡ଼ିଫେନ୍ସ ରେଜିମେଣ୍ଟର ଜି କମ୍ପାନୀର ସିପାହୀ ଥିଲେ ଆନନ୍ଦ ପତ୍ରୀ । ପେପରରେ ଗୃହ ବିଭାଗର ବିଜ୍ଞାପନରେ ଆନନ୍ଦଙ୍କ ଫୋଟୋ ଦେଖି ଜାଣିଥିଲେ ଯେ ଆନନ୍ଦ ଏବେ ଲାହୋର ଜେଲ୍‌ରେ। ପରିବାର ଲୋକେ ୱାଘା ବର୍ଡର ଯାଇଥିଲେ । ଅନେକ ବନ୍ଦୀ ଫେରିଲେ ପାକିସ୍ଥାନରୁ କିନ୍ତୁ ଆନନ୍ଦ ଫେରିଲେନି। ଏବେ ଆନନ୍ଦଙ୍କ ପରିବାର ଆଶାବାଦୀ । ଆଉ ସମସ୍ତଙ୍କ ପ୍ରଚେଷ୍ଟାରେ ଆନନ୍ଦ ଫେରିବେ ବୋଲି ଆଶା । ଆସନ୍ତୁ ଦେଖିବା ଜେନ ଯୁଦ୍ଧ ବନ୍ଦୀଙ୍କ କାହାଣୀ।

ଆନନ୍ଦ ପତ୍ରୀ  ଘର  ଭଦ୍ରକ ଭଦ୍ରକ ଜିଲ୍ଲାରେ। ଧାମନଗର ବ୍ଲକ କଲ୍ୟାଣୀରେ ଏବେ ପରିବାର ରହୁଛନ୍ତି । ସାଂଳପୁରରେ ରହୁଥିବା ବେଳେ ଆନନ୍ଦ ସେନା ବାହିନୀରେ ଯୋଗ ଦେଇଥିଲେ । ୩୧ ବେଙ୍ଗଲ ଡ଼ିଫେନ୍ସ ରେଜିମେଣ୍ଟର ଜି କମ୍ପାନୀର ସିପାହୀ ଥିଲେ ଆନନ୍ଦ ପତ୍ରୀ । ୧୯୬୨ରେ ଭାରତ-ଚାଇନା ଲଢେଇରେ ସାମିଲ ହୋଇଥିଲେ। ପରେ ଘରକୁ ଆସିଥିଲେ। ପୁଅ ବିଦ୍ୟାଧର ବାପାଙ୍କ ଡ୍ରେସ ଆଉ ବେଡିଙ୍ଗ ନେଇ ବାଟେଇ ଦେଇଥିଲେ। ପରେ ୧୯୬୫ରେ ଭାରତ ପାକିସ୍ଥାନ ଲଢେଇ ହେଲା । ସେତେବେଳେ ମୋବାଇଲ ନଥିଲା କି ସୋସିଆଲ ମିଡିଆ ନଥିଲା। ଚିଠି ଆସିଲା।

{"id":376929,"sizeSlug":"large","linkDestination":"none"}

ଘର ଲୋକ ଗାଁର ପାଠ ପଢୁଆ ଲୋକଙ୍କ ପାଖକୁ ଗଲେ ଆଉ ବାବୁ କହିଲେ ଯେ ଭାରତ ପାକିସ୍ତାନ ଲଢେଇରେ ଆନନ୍ଦ ନିଖୋଜ। ବାସ ଆଉ ହାତ ଗୋଡ ପାଇଲା ନାହିଁ । ଘର ଲୋକେ ଅନେଇ ରହିଲେ କେବେ ଖୋଜ ଖବର ମିଳିବ । କିନ୍ତୁ ପୁଣି ଖବର କାଗଜରେ ୨୦୦୩ ମସିହାରେ ଗୃହ ବିଭାଗର  ବିଜ୍ଞାପନ ଦେଖିଲେ ଯେଉଁଥିରେ ଆନନ୍ଦଙ୍କ ଫୋଟୋ ଥିଲା। କିନ୍ତୁ ନାମ ଥିଲା ୧୭୮ ଡି ଏବେ ଲାହୋର ଜେଲରେ ବନ୍ଦୀ ଅଛନ୍ତି କିନ୍ତୁ ମାନସିକ ସ୍ଥିତି ଭଲ ନାହିଁ। ଆନନ୍ଦଙ୍କ ପୁଅ ବାପାଙ୍କୁ ଚିହ୍ନିଲେ। ପରେ ଗୃହ ବିଭାଗ ସହ ଯୋଗାଯୋଗ କଲେ । ପରେ ୨୦୦୩ ମେ ୨୯ରେ ଚିଠି ଆସିଲା ଯେ ଆନନ୍ଦ ଫେରିବେ । ପୁଅ ବିଦ୍ୟାଧର ୱଘା ବର୍ଡରକୁ ଗଲେ ।

{"id":376930,"sizeSlug":"large","linkDestination":"none"}

ଭାରତ ସୀମାରେ ପାକିସ୍ତାନୀ ବନ୍ଦୀ ଓ ପାକିସ୍ତାନ ପାଟରେ ଭରତ ବନ୍ଦୀ ବସିଥିଲେ । ତାହା ଭିତରେ ପୁଅ ଅନୁଭବ କଲେ ଯେ ତାଙ୍କ ବାପା ବସିଛନ୍ତି ଆଉ ଆସିବେ। କିନ୍ତୁ ଦୁଇ ଦିନରେ ବି ବାପା ଆସିଲେନି। କର୍ତ୍ତୁପକ୍ଷ କହିଲେ ନା ଅନ୍ୟ ବନ୍ଦୀ ଫେରିଗଲେ। ବାସ ସେଇଠାରୁ ସରିଗଲା କାହାଣୀ । ପୁଅ ଫେରିଲେ । କିନ୍ତୁ ମନେ ମନେ ଭାବୁଥିଲେ ବାପା ଆରପଟ ପାକିସ୍ତାନରେ ଥିଲେ ଆସିଲେନି କାହିଁକି। ଏବେ ବି ଭାଇ, ପୁଅ ଆଉ ବୋହୁ ଅନେଇ ବସିଛନ୍ତି ଆନନ୍ଦଙ୍କୁ। କିନ୍ତୁ ଏବେ ଭଦ୍ରକ ସାଂସଦ ମଞ୍ଜୁଳତା ମଣ୍ଡଲ ଓ ବିଧାୟକ ସଂଜୀବ ମଲ୍ଲିକ ଅଣ୍ଟା ଭିଡିଛନ୍ତି । ସାଂସଦ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଆନନ୍ଦଙ୍କ ମୁକ୍ତି ପାଇଁ ଅନୁରୋଧ କରିଛନ୍ତି ।

ଲାହୋର ଜେଲ୍ ଥିବା ଆନନ୍ଦଙ୍କ ଫଟୋକୁ ୨୦୬ ମସିହାରେ ନସିମ ଗୋପାଳ ନାମକ ଜଣେ ବନ୍ଦୀଙ୍କ ନାମରେ  ସୂଚନା ଦେଇଥିଲା ବୈଦେଶିକ ମନ୍ତ୍ରାଳୟ। ଏବେ ପରିବାର ଲୋକେ କହୁଛନ୍ତି ଯେ ଆନନ୍ଦଙ୍କ ମାନସିକ ବିକୃତି ପାଇଁ ତାଙ୍କ ନାମ ଭୁଲ କହୁ ଥାଇପାରନ୍ତି । କିନ୍ତୁ ତାଙ୍କ ଫଟୋ ଆନନ୍ଦଙ୍କ ଭଳି ଲାଗୁଛି । ତେଣୁ ସେ ଏବେ ଜୀବିତ କି ମୃତ ଏହାର ସତ୍ୟତା ଜଣାଇବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ତାଙ୍କ ପରିବାର।

{"id":376931,"sizeSlug":"large","linkDestination":"none"}

ଏବେ ସାଂସଦଙ୍କୁ ଭେଟିଛନ୍ତି ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ଇଣ୍ଡିଆ ଚାପ୍ଟରର ସଦସ୍ୟ ଉତ୍ପଳ ରଏ। ୨୦୦୬ ମସିହାରେ ଆନନ୍ଦଙ୍କ ପୁଅ ବିଦ୍ୟାଧରଙ୍କୁ ନେଇ ସେ ନିଜେ ୱାଘା ବର୍ଡରକୁ ଯାଇଥିଲେ। କିନ୍ତୁ ସେତେବେଳେ ଯୁଦ୍ଧବନ୍ଦୀ ଭାବେ ଆନନ୍ଦଙ୍କୁ ଭାରତକୁ ଫେରାଇବା ପାଇଁ ପାକିସ୍ଥାନ ମନା କରିବା ପରେ ଫେରି ଆସିଥିଲେ। ସେ ନିଜ ପ୍ରଚେଷ୍ଟାରେ ୧୯୭୧ ମସିହାରେ ଭାରତ-ପାକିସ୍ଥାନ ଯୁଦ୍ଧ ବନ୍ଦୀ ୩ ଜଣ ଓ ୧୯୬୫ ଭାରତ- ପାକିସ୍ତାନ ଯୁଦ୍ଧ ବେଳେ ଯୁଦ୍ଧ ବନ୍ଦୀଙ୍କୁ ଭାରତକୁ ଫେରାଇ ଆଣିଛନ୍ତି। ସେଥି ପାଇଁ ଏବେ ପୁଣି ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । କହିଛନ୍ତି ସାଂସଦ, ବିଧାୟକଙ୍କ ଚେଷ୍ଟା ସହ ଗଣମାଧ୍ୟମର ପ୍ରୟାସ ହେଲା ଆନନ୍ଦ ଫେରିବେ। ଅନ୍ୟପଟେ ଆନନ୍ଦ ପତ୍ରୀଙ୍କ ପୁଅ ବିଦ୍ୟାଧର କହିଛନ୍ତି ଯେ ୧୯୬୫ ମସିହାରେ ବାପାଙ୍କୁ ଶେଷ ଥର ଦେଖିଥିଲେ। ଏବେ ପୁଣି ନିଶ୍ଚିତ ଦେଖିବେ ।

ଏଥର ସଫଳତା ନିଶ୍ଚିତ ମିଳିବ , ଆଉ ଆନନ୍ଦ ପତ୍ରୀ ମଧ୍ୟ ପାକିସ୍ଥାନ ଜେଲ ର କାଳ କୋଠରି ରୁ ମୁକୁଳିବେ ବୋଲି ଆଶା । ତେବେ କେବଳ ଚେଷ୍ଟା ହିଁ ସଫଳତା ଆଣିଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.