ମାତ୍ର ୧ଲକ୍ଷ ଟଙ୍କା ଖର୍ଚ୍ଚରେ ବିଳାଶମୟ Caravan ହେଲା ଅଟୋ, ବଧାଇ ଜଣାଇଲେ ଆନନ୍ଦ ମହିନ୍ଦ୍ରା

Published By : Prameya-News7 Bureau | February 28, 2021 IST

ଚେନ୍ନାଇ ୨୮।୨: ବଡ଼ବଡ଼ ଷ୍ଟାରଙ୍କ ଭେନିଟି ଭ୍ୟାନ୍ କଥା ଆମେ ଜାଣିଛେ। ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବଲିଉଡ କଳାକାର ଓ ଉଦ୍ୟୋଗପତି ନିଜ ଲାଗି ବିଳାଶମୟ ଭାନିଟି ଭ୍ୟାନ୍ ତିଆରି କରୁଛନ୍ତି। ଯାହା ବିଭିନ୍ନ ସମୟରେ ନାମୀଦାମୀ ପତ୍ରପତ୍ରିକାରେ ବେଶ ଚର୍ଚ୍ଚା ସାଉଣ୍ଟୁଛି।

{"id":416150,"sizeSlug":"large","linkDestination":"none"}

କଳାକାରଙ୍କ ପରି ନିଜର ମଧ୍ୟ ଏପରି ଆରାମପ୍ରଦ ବ୍ୟବସ୍ଥା ଲାଗି ଅନେକ ଲୋକେ ଆଗ୍ରହୀ। ହେଲେ ଏତେ ଅର୍ଥ ବିନିମୟ କରିବାକୁ ସମସ୍ତଙ୍କର ସାମର୍ଥ୍ୟ ନାହିଁ। ଏପରି ଆଗ୍ରହ ରଖୁଥିବା ଲୋକଙ୍କ ଭଳି ଚେନ୍ନାଇର ଅନୀଲ ପ୍ରଭୁ ମଧ୍ୟ ଜଣେ। ସେ ମାତ୍ର ୧ ଲକ୍ଷ ଟଙ୍କା ଖର୍ଚ୍ଚ କରି ତାଙ୍କ ଅଟୋ ରିକ୍ସାକୁ ବିଳାଶମୟ କାରାଭାନରେ ପରିଣତ କରିପାରିଛନ୍ତି। ଯେଉଁଥିରେ ଜଣେ ଲୋକ ସ୍ୱାଚ୍ଛନ୍ଦ୍ୟରେ ଚଳିବା ଲାଗି ସମସ୍ତ ବ୍ୟବସ୍ଥା ରହିଛି।

wp:embed {"url":"https://twitter.com/anandmahindra/status/1365543615464808448","type":"rich","providerNameSlug":"twitter","responsive":true,"className":""}
https://twitter.com/anandmahindra/status/1365543615464808448
/wp:embed

ଅରୁଣଙ୍କ କାରାଭାନରେ ପ୍ରଚୁର ସ୍ପେସ୍‌ ରଖି ଥିବା ବେଳେ ଭେଣ୍ଟିଲେସନ ଓ ସୌର ଶକ୍ତିରେ ବିଦ୍ୟୁତକରଣର ବ୍ୟବସ୍ଥା  କରିଛନ୍ତି। ଅରୁଣ ତାଙ୍କ କାରାଭାନରେ ଦ୍ୱାର ଓ ଝରକା ରଖିବା  ସହ ଛାତ ଉପରେ ବସିବା ଓ ଲୁଗାପଟା ସୁଖାଇବା ଲାଗି ମଧ୍ୟ ବ୍ୟବସ୍ଥା କରିଛନ୍ତି। ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଚେୟାରମ୍ୟାନ ଅନୀଲଙ୍କ କଳାକୃତିପୂର୍ଣ୍ଣ କାରାଭାନ ଦେଖି ଏତେମାତ୍ରାରେ ଆକର୍ଷିତ ହୋଇପଡିଛନ୍ତି ଯେ ସେ ଏହି ଘରର ଫଟୋ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସେୟାର କରିଛନ୍ତି।

{"id":416151,"sizeSlug":"large","linkDestination":"none"}

ଏଥିରୁ ଅନୀଲଙ୍କ କାରାଭାନ କେତେ ଭବ୍ୟ ତାହା ସହଜରେ ଅନୁମାନ କରିପାରୁଥିବେ। ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଅଧ୍ୟକ୍ଷ ଅନୀଲଙ୍କ କାର୍ଯ୍ୟରେ ଏତେମାତ୍ରାରେ ପ୍ରଭାବିତ ହୋଇପଡିଛନ୍ତି ଯେ ତାଙ୍କ ବୋଲେରୋ ପିକଅପରେ ଏପରି କିଛି କରି ଦେଖାଇବାକୁ ତାଙ୍କୁ ଆମନ୍ତ୍ରିତ କରିବାକୁ ଭୁଲି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.