୧୦୬ କିମି ସାଇକଲ ଚଲାଇ ପରୀକ୍ଷା ଦେବା ପାଇଁ ଯାଇଥିବା ବାଳକର ପଢା ଖର୍ଚ୍ଚ ବହନ କରିବେ ଆନନ୍ଦ ମହିନ୍ଦ୍ରା

Published By : Prameya-News7 Bureau | August 24, 2020 IST

ଧାର ୨୪/୦୮ : ମଧ୍ୟ ପ୍ରଦେଶ ଧାର ଜିଲ୍ଲାର ଜଣେ ଗରିବ ବାଳକକୁ ସାହାଯ୍ୟ କରିବାକୁ ଆନନ୍ଦ ମହିନ୍ଦ୍ରା ଆଗେଇ ଆସିଛନ୍ତି | ଆନନ୍ଦ ମହିନ୍ଦ୍ରା ଶିଶୁର ପାଠ ପଢା ଖର୍ଚ୍ଚ ବହନ କରିବାକୁ ପ୍ରତିଶୃତି ଦେଇଛନ୍ତି | ଏନେଇ ସେ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛନ୍ତି | ଆନନ୍ଦ ମହିନ୍ଦ୍ରା ବାଳକର ପାଠ ପଢା ପାଇଁ ସାହାଯ୍ୟ କରିବା କଥା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ କ୍ୟାଡରର ଜଣେ ଆଇପିଏସ ଫେସବୁକରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଆନନ୍ଦ ମହିନ୍ଦ୍ରା ବାଳକର ସ୍ବପ୍ନ ପୁରା କରିଛନ୍ତି | ନିଜ ପିତା ସହ ୧୦୬ କିମି ସାଇକଲରେ ଯାତ୍ରା କରି ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଯାଇଥିବା ବାଳକକୁ ନେଇ କିଛି ଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୋଇଥିଲା | 

{"id":319230,"width":568,"height":380,"sizeSlug":"large"}

ଉତ୍ତର ପ୍ରଦେଶ କ୍ୟାଡ଼ର ଆଇପିଏସ ନବନୀତ ସେକେରା ଫେସବୁକରେ ଏକ ପୋଷ୍ଟ ସେୟାର କରିଛନ୍ତି | ପୋଷ୍ଟରେ ସେ ଲେଖିଛନ୍ତି, କିଛି କଥା ଚିନ୍ତା କଲେ କିଛି ନା କିଛି ଭଲ ହୋଇଥାଏ | ନିକଟରେ ମଧ୍ୟ ପ୍ରଦେଶରେ ଜଣେ ପିତା-ପୁତ୍ରଙ୍କ ସଂଘର୍ଷ କାହାଣୀ ଫେସବୁକ ପେଜରେ ସେୟାର କରିଥିଲେ | ସେତେବେଳେ ସେ ବିଚାର କରିଥିଲେ ଯେ ଶିଶୁଟିର ପଢିବା ବ୍ୟବସ୍ଥା କରିବା ଉଚିତ | ଏହିଭଳି ଅନେକ ମାମଲା ପୂର୍ବରୁ ମଧ୍ୟ ବିଚାରକୁ ଆସିଥିଲା କିନ୍ତୁ କୌଣସି ଏନଜିଓ କିମ୍ବା ଫାଉଣ୍ଡେସନ ନଥିବାରୁ ସେ ସାହାଯ୍ୟ କରିପାରିନଥିଲେ ବୋଲି କହିଛନ୍ତି |

wp:core-embed/twitter {"url":"https://twitter.com/anandmahindra/status/1296437661511626759","type":"rich","providerNameSlug":"twitter","className":""}
https://twitter.com/anandmahindra/status/1296437661511626759
/wp:core-embed/twitter

ଆଇପିଏସ ଅଫିସର ନବନୀତ ଲେଖିଛନ୍ତି ଯେ, ସରକାରୀ କର୍ମଚାରୀ ହୋଇଥିବାରୁ ଅନେକ ଆଇନ କାନୁନ ଏବଂ ବାଧା ରହିଥାଏ | ସେଥିପାଇଁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ ଯେ ପିତା-ପୁତ୍ରଙ୍କୁ ତାଙ୍କ ସଂଘର୍ଷର ଫଳ ମିଳୁ | ଆନନ୍ଦ ମହିନ୍ଦ୍ରା ଏହି ବାଳକର ସାହାଯ୍ୟ କରିଥିବାରୁ ନବନୀତ ଆନନ୍ଦ ମହିନ୍ଦ୍ରାଙ୍କୁ ଧନ୍ୟବାଦ ଜଣାଇଛନ୍ତି | ସେ କହିଛନ୍ତି ଆନନ୍ଦ ମହିନ୍ଦ୍ରା ବାଳକର ନୁହେଁ ବରଂ ତାଙ୍କ ସ୍ବପ୍ନ ପୁରା କରିଛନ୍ତି |

wp:core-embed/twitter {"url":"https://twitter.com/navsekera/status/1297745197996990464","type":"rich","providerNameSlug":"twitter","className":""}
https://twitter.com/navsekera/status/1297745197996990464
/wp:core-embed/twitter

ଶୋଭାରାମ ନାମକ ଜଣେ ବ୍ୟକ୍ତି ନିଜ ପୁଅର ପରୀକ୍ଷାର ଦିନେ ପୂର୍ବରୁ ଗତ ସୋମବାର ଦିନ ୩-୪ ଦିନର ଖାଦ୍ୟ-ପେୟ ସାଙ୍ଗରେ ଧରି ସାଇକଲରେ ଯାତ୍ରା ଆରମ୍ଭ କରିଥିଲେ | ରାତିରେ ଗୋଟିଏ ଜାଗାରେ କିଛି ସମୟ ପାଇଁ ଆରାମ କରିଥିଲେ | ମଙ୍ଗଳବାର ସକାଳେ ଠିକ ସମୟରେ ଧାର ସହରରେ ଭୋଜ କନ୍ୟା ବିଦ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ନିଜ ପୁଅକୁ ପରୀକ୍ଷା ପାଇଁ ପହଞ୍ଚାଇ ଦେଇଥିଲେ | ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.