'ଦୋସା' ମ୍ୟାନ୍‌ଙ୍କ ସ୍ପିଡ୍ ରୋବଟ୍‌ ଠୁ ବେଶି : ଆନନ୍ଦ ମହିନ୍ଦ୍ରା, କହିଲେ- 'ମୁଁ ଆଶ୍ଚର୍ଯ୍ୟ ଯେତିକି ଭୋକିଲା ସେତିକି'

Published By : Prameya-News7 Bureau | August 19, 2021 IST

ନୂଆଦିଲ୍ଲୀ ୧୯/୦୮ : ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ ସକ୍ରିୟ । ସେ ପ୍ରାୟତଃ କିଛି ନା କିଛି ପୋଷ୍ଟ ସେୟାର୍ କରନ୍ତି । ମଙ୍ଗଳବାର ଦିନ ସେ ଟ୍ୱିଟ୍ କରି ଏକ ପୋଷ୍ଟ ସେୟାର କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଜଣେ ବ୍ୟକ୍ତି ବହୁତ ସ୍ପିଡ୍‌ରେ ଦୋସା ତିଆରି କରୁଛନ୍ତି । ମହିନ୍ଦ୍ରା ଏହି ବ୍ୟକ୍ତିଙ୍କର ସ୍ପିଡ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ତାଙ୍କୁ ରୋବଟ୍ ସହିତ ତୁଳନା କରିଛନ୍ତି । ଭିଡିଓ ସେୟାର କରି ସେ ଲେଖିଛନ୍ତି, "ଏହି ଭଦ୍ରଲୋକଙ୍କ ସାମ୍ନାରେ ରୋବଟ୍ ମଧ୍ୟ ଧୀର ଦେଖାଯିବ । ମୁଁ ତାଙ୍କୁ ଦେଖି ଦେଖି ଥକି ଗଲିଣି ... ଏବଂ ଭୋକ ଲାଗୁଛି । " ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଲକ୍ଷରୁ ଅଧିକ ଲୋକ ତାଙ୍କର ଏହି ଭିଡିଓ ଦେଖିସାରିଲେଣି । ଭିଡିଓଟି ୧୮,୦୦୦ ଲାଇକ୍ ପାଇଛି ଏବଂ ୧,୫୦୦ ରୁ ଅଧିକ ଥର ରିଟ୍ୱିଟ କରାଯାଇଛି।

wp:html /wp:html

ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଅନେକ ସମୟରେ ପ୍ରତିଭାବାନ ବ୍ୟକ୍ତିଙ୍କ ଭିଡିଓ ଏବଂ ଫଟୋ ସେୟାର କରନ୍ତି। ଗତ ସପ୍ତାହରେ ମହିନ୍ଦ୍ରା ଜଣେ ବିକ୍ରେତା ତାଙ୍କ ମେସିନ ମାଧ୍ୟମରେ ନଡ଼ିଆ ପାଣି ବିକ୍ରି କରୁଥିବାର ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ବିକ୍ରେତା ଜଣଙ୍କ ଡ୍ରିଲ୍‌ ମେସିନ୍‌ରେ ନଡ଼ିଆ ଭିତରେ ଗାତ କରି ପାଣିକୁ ମେସିନ୍‌ ମାଧ୍ୟମରେ ଏକ ପ୍ଲାଷ୍ଟିକ୍ କପରେ ଫିଲ୍ଟର୍ କରି ବାହାର କରୁଥିବାର ଦେଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.