ନୂଆଦିଲ୍ଲୀ ୧୫।୮: ଭାରତୀୟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ ଓ ମଝିରେ ମଝିରେ ପ୍ରେରଣାଦାୟକ ପୋଷ୍ଟ ମଧ୍ୟ କରିଥାନ୍ତି। ଏହି କ୍ରମରେ ସେ ମଙ୍ଗଳବାର ୭୭ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜଣେ ମୂଳ ଭାରତୀୟ ବ୍ୟକ୍ତି ଆର୍କେଷ୍ଟ୍ରା ମାଧ୍ୟମରେ ଜାତୀୟ ସଙ୍ଗୀତ ଧୂନରେ ସ୍ୱାଧୀନତା ଉତ୍ସବର ଶୁଭେଚ୍ଛା ଜଣାଉଥିବାର ଦେଖାଯାଉଛନ୍ତି।
‘ହରଘର ତିରଙ୍ଗା’ ଅଭିଯାନରେ ନୂଆ ରେକର୍ଡ, ୮.୮ କୋଟି ଲୋକେ ଅପଲୋଡ କଲେ ସେଲ୍ଫି
ମାଇକ୍ରୋ ବ୍ଲଗିଙ୍ଗ ‘ଏକ୍ସ’ରେ ଭିଡିଓ ସେୟାର କରି ମହିନ୍ଦ୍ରା ଉଲ୍ଲେଖ କରିଛନ୍ତି ଯେ ବାସ୍ତବରେ ଦୁନିଆ ଗୋଲ। ଘଟଣା ବୁଲିଚାଲି ପୁଣି ମୂଳ ସ୍ଥାନକୁ ଫେରିଆସେ। ଇଂରେଜଙ୍କଠାରୁ ଆମ ସ୍ୱାଧୀନତା ହାସଲର ୭୬ ବର୍ଷ ପରେ ଜଣେ ଭାରତୀୟ ଆମ ସ୍ୱାଧୀନତାକୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସେହିମାନଙ୍କର ସବୁଠୁ ଉତ୍କୃଷ୍ଟ ଆର୍କେଷ୍ଟ୍ରାର ଆୟୋଜନ କରିଛନ୍ତି। ଆପଣ ସମସ୍ତଙ୍କୁ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭକାମନା ଜଣାଇବାକୁ ଏହାଠାରୁ ଆଉ କିଛି ଭଲ ହୋଇ ନପାରେ ବୋଲି ସେ ଉଲ୍ଲେଖ କରିଛନ୍ତି।
wp:html/wp:htmlThe World is indeed round. Things come full circle. 76 years after wresting our freedom from the British, an Indian CONDUCTS their finest orchestra in a tribute to our Independence. 🇮🇳🇮🇳🇮🇳 No better to wish you all a very Happy Independence Day
— anand mahindra (@anandmahindra) August 15, 2023
pic.twitter.com/LQSBQNnuOY
ଆନନ୍ଦ ମହିନ୍ଦ୍ରାଙ୍କ ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ୨୦୦କେରୁ ଅଧିକ ବାର ଦେଖା ଯାଇସାରିଲାଣି ଓ କମେଣ୍ଟରେ ମଧ୍ୟ ଅନେକ ଶୁଭକାମନା ମିଳିଲାଣି। ଏଥିରେ ଜନୈକ ୟୁଜର ବହୁତ ଗର୍ବ ଅନୁଭବ ହେଉଥିବା ଉଲ୍ଲେଖ କରିଛନ୍ତି। ସେହିପରି ଆଉ ଜଣେ ୟୁଜର ବାସ୍ତବିକ ଅଦଭୂତ ବୋଲି ଉଲ୍ଲେଖ କରିଛନ୍ତି। ଦେଶରୁ ଇଂରେଜମାନେ ଚାଲିଯିବା ପରଠାରୁ ବାସ୍ତବରେ ଦେଶ ବହୁତ ଆଗେଇଥିବା ସେ ଉଲ୍ଲେଖ କରିଛନ୍ତି।
ସ୍ୱାଧୀନତା ଦିବସ ଅବସରରେ ବିଶ୍ୱକର୍ମା ଯୋଜନାର ଘୋଷଣା, ଜାଣନ୍ତୁ କାହାକୁ ମିଳିବ ଫାଇଦା
ଇତିମଧ୍ୟରେ ଆଫ୍ରିକା-ଆମେରିକା ଅଭିନେତ୍ରୀ ତଥା ଗାୟିକା ମେରି ମିଲବେନ ଭାରତବାସୀଙ୍କୁ ଶୁଭକାମନା ଜଣାଇବା ସହିତ ସ୍ୱାଧୀନତାର ଭାବନା କେବଳ ଏକ ସ୍ମୃତି ନୁହେଁ ବରଂ ଏକ ମସାଲ ଯାହା ଆଗକୁ ବଢିବା ଲାଗି ମାର୍ଗଦର୍ଶନ କରେ ବୋଲି କହିଛନ୍ତି। ଅନ୍ତର୍ଜାତୀୟ ଗାୟିକା ଭାରତୀୟଙ୍କୁ ବିବିଧତାରେ ଏକତାକୁ ଆପଣେଇବାଏକଜୁଟ ଶକ୍ତିର ଉତ୍ସବ ପାଳନ ସହିତ ଏହି ସବୁ ଭିତରେ ଥିବା କ୍ଷମତାକୁ ଦୋହନ କରିବାକୁ ସେ ପରାମର୍ଶ ଦେଇଛନ୍ତି।