USA ଠାରୁ ପରାଜୟ ପରେ ପାକିସ୍ତାନକୁ କଟାକ୍ଷ କଲେ ଆନନ୍ଦ ମହିନ୍ଦ୍ରା, ଏକ୍ସରେ ଲେଖିଲେ-ସାମାନ୍ୟ ମନୋରଞ୍ଜନ ପାଇବାକୁ...

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ର ପ୍ରଥମ ବଡ଼ ଓଲଟପାଲଟ ଗୁରୁବାର ଦେଖିବାକୁ ମିଳିଥିଲା । ଆୟୋଜକ ଆମେରିକା ପୂର୍ବ ଥରର ରନର୍ସ ଅପ୍ ପାକିସ୍ତାନକୁ ଧୂଳି ଚଟାଇଥିଲା । ଏହା ଉପରେ ଅନେକ କ୍ରିକେଟରଙ୍କଠାରୁ ଆରମ୍ଭ ଖେଳପ୍ରେମୀ ନିଜ ମତ ରଖିସାରିଛନ୍ତି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ମ୍ୟାଚ୍ ଉପରେ ନିଜ ମତକୁ ନେଇ ଏକ୍ସରେ ସେୟାର କରିଛନ୍ତି ।

ଟି-୨୦ ବିଶ୍ୱକପରେ ଆମେରିକା-ପାକିସ୍ତାନ ମ୍ୟାଚ୍ ଉପରେ ଏକ୍ସରେ ଲେଖିଛନ୍ତି, 'ପାକିସ୍ତାନର ଟ୍ରାଫିକ୍ ଲାଇଟକୁ ସବୁଜ କରି ଛାଡ଼ି ଦେଲା, ଯେଉଁଥି ପାଇଁ ପଟେଲ ଏବଂ ଲାଲ୍, ଧଳା ଏବଂ ନୀଳ ରଙ୍ଗର ଗାଡ଼ି ତାକୁ ପଛରେ ପକାଇ ଚାଲିଗଲେ । ମୁଁ କିଛି ସାମାନ୍ୟ ମନୋରଞ୍ଜନ ପାଇବାକୁ ରହିଲି ଏବଂ ଯାହା ପାଇଲି ତାହା ଇତିହାସର ଏକ ଅଂଶ ।'

ସେହିପରି ଅନଲାଇନ୍ ଫୁଡ୍ ଡେଲିଭରି ଆପ୍ ଜୋମାଟୋ ଏବଂ ସ୍ୱିଗି ମଧ୍ୟ ପାକିସ୍ତାନର ପରାଜୟ ଉପରେ ଏକ୍ସରେ କଟାକ୍ଷ କରି ଲେଖିଛି । ଜୋମାଟୋ ଲେଖିଛି, 'ପାକିସ୍ତାନ ଭାଇ ଏପରି ପ୍ରଦର୍ଶନ କଲେ ତୁମେ ନିଜେ କୁହ ରବିବାର ବିଜ୍ଞାପନ ସ୍ଲଟ୍ ନେବୁ କି ନାହିଁ ।' ସେହିପରି ସ୍ୱିଗି ଲେଖିଛି, 'ଲାଗୁଛି ୟୁଏଏସ ଯିବା ପରେ ଅଧିକ ବର୍ଗର ଏବଂ ପିଜା ଖାଇଛନ୍ତି ।'

ଚଳିତ ଟି-୨୦ ବିଶ୍ୱକପର ସହ-ଆୟୋଜକ ଆମେରିକା ଗ୍ରୁପ୍-ଏ ମ୍ୟାଚରେ ଶକ୍ତିଶାଳୀ ଟିମ୍ ପାକିସ୍ତାନକୁ ମାତ୍ ଦେଇ ଇତିହାସ ରଚିଛି । ସୁପର ଓଭର ମ୍ୟାଚରେ ୨୦୦୯ ବିଶ୍ୱକପର ଚାମ୍ପିୟନ ପାକିସ୍ତାନ ବିପକ୍ଷରେ ଏକ ଐତାହାସିକ ବିଜୟ ହାସଲ କରିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.