Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ନିତିନ ଗଡକରୀଙ୍କୁ ଅଜବ ନିବେଦନ କଲେ ଆନନ୍ଦ ମହିନ୍ଦ୍ରା, ସୋସିଆଲ ମିଡିଆରେ ହେଲା ଭାଇରାଲ

28/08/2022 at 9:47 PM

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଏକ ଟ୍ୱିଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଛିରେ ସେ ଏକ ଟ୍ୱିଟକୁ ରି-ଟ୍ୱିଟ କରି ସରକାରଙ୍କୁ ନିବେଦନ କରିଛନ୍ତି। ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ରାସ୍ତାର ଦୁଇ ପାର୍ଶ୍ୱରେ ଗଛ ଗୁଡିକୁ ଦେଖାଯାଉଛି। ଦୁରରୁ ଦେଖିଲେ ରାସ୍ତା ଏକ ସୁଡଙ୍ଗ ପରି ଦେଖାଯାଉଛି । ଆନନ୍ଦ ମହିନ୍ଦ୍ରା ଏହାକୁ ଟ୍ରନେଲ ବୋଲି କହିଛନ୍ତି।

ଆନନ୍ଦ ମହିନ୍ଦ୍ରା ଭିଡିଓକୁ ରିଟ୍ୱିଟ୍ କରି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଟ୍ୟାଗ କରିଛନ୍ତି ଏବଂ ଏହପରି କରିବାକୁ ନିବେଦନ କରିଛନ୍ତି। ଦେଶରେ ନୂଆ ଗ୍ରାମୀଣ ରାସ୍ତା ନିର୍ମାଣ ହେଉଛି, ଏହାର ପାର୍ଶ୍ୱରେ ଗଛ ଲଗାଇବାକୁ ସେ ଅପିଲ କରିଛନ୍ତି। ତାଙ୍କର ଏହି ଚିନ୍ତାଧାରା ଏବେ ଭାଇରାଲ ହୋଇଛି। ୟୁଜର୍ସ ମଧ୍ୟ ଟ୍ୱିଟ୍ କରି ନିଜ ନିଜର ମତ ଦେଇଛନ୍ତି।

   Related Posts