ବିରଜା ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପରେ ମା'ଙ୍କର ହେଲା ମହାସ୍ନାନ, ଥାନାରେ ମାମଲା

Published By : Prameya-News7 Bureau | November 22, 2022 IST

ଯାଜପୁର ୨୨/୧୧: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ ବିରଜା ବାହିନୀ ପକ୍ଷରୁ ଯାଜପୁର ଥାନାରେ ଅଭିଯୋଗ । ବଂଚିତ ହେଲେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ।

ଗତ ୨୦ ତାରିଖରେ ଯାଜପୁରକୁ ଏକ ମେଲୋଡି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ତାରିକ ଅଜିଜ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ସହ ମାଙ୍କ ଦର୍ଶନ କରିଥିଲେ । ତେବେ ଦର୍ଶନ କରିଥିବା ଫଟୋ ସବୁକୁ ନିଜ ଇନଷ୍ଟାଗ୍ରାମରେ ଛାଡିବା ପରେ ତାରିକ ଅଜିଜଙ୍କ ଗିରଫ ଦାବି ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ ପାଇଁ ବିରଜା ବାହିନୀ ପକ୍ଷରୁ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଖାଲି ସେତିକି ନୁହେଁ ଅଣହିନ୍ଦୁ ପ୍ରବେଶ ଉପରେ ରୋକ୍ ଥିବାବେଳେ କିପରି ମନ୍ଦିର ମଧ୍ୟକୁ ପ୍ରବେଶ କଲେ ଏହି ଅଣହିନ୍ଦୁ । ତେବେ ଆଜି ଏଥିନେଇ ମନ୍ଦିରରେ ଶୋଧନ କାର୍ଯ୍ୟ ଚାଲୁଥିବା ବେଳେ ଆସିଥିବା ଶ୍ରଦ୍ଧାଳୁ ମାନେ ମା ବିରଜାଙ୍କ ଦର୍ଶନ ନପାଇ ଫେରି ଯାଇଥିଲେ ଏଥିସହ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ମନ୍ଦିର ସେବାୟତ ନିରବ ରହିବା ଭକ୍ତଙ୍କ ମନରେ ଗଭୀର ଆଘାତ ଦେଇଛି ।

ଆଉ ଏପଟେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବିରଜା ବାହିନୀ ୨୪ ଘଂଟା ମଧ୍ୟରେ ମଧ୍ୟରେ ଗିରଫ ନ କରାଗଲେ ଶାନ୍ତିପୂର୍ଣ୍ଣ ଭାବେ ମନ୍ଦିର ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି ବିରଜା ବାହିନୀ ସଭାପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.