ଉମାକାନ୍ତଙ୍କ ଦୁଃଖ, ଆପଣାର ସଭିଏଁ ଏବେ କରି ଦେଲେ ପର...

Published By : Prameya-News7 Bureau | December 20, 2022 IST

ଆନନ୍ଦପୁର ୨୦।୧୨ : ଜନ୍ମରୁ ପୋଲିଓ ରୋଗାଗ୍ରସ୍ତ ହୋଇ ମଧ୍ୟ ନିଜେ ରୋଜଗାର କରି ଘର ଖର୍ଚ୍ଚରେ ସହଯୋଗ କରିଆସୁଥିଲେ । ହେଲେ ୪ ବର୍ଷ ହେବ ମେରୁଦଣ୍ଡରେ ସମସ୍ୟା ବାହାରିବାରୁ ଆଉ କାମଧନ୍ଦା କରିବାକୁ ଅସମର୍ଥ । ରୋଜଗାର ଥିବା ଯାଏଁ ସମସ୍ତେ ପଚାରିଲେ । ରୋଜଗାର କରିନପାରିବାରୁ ଏବେ ଭାଇ ହୋଇଛି ଭଗାରୀ ।

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବେତିରା ଗାଁର ଭିନ୍ନକ୍ଷମ ଉମାକାନ୍ତ ପଣ୍ଡାଙ୍କ ଜୀବନରେ ଏବେ କଳାବାଦଲ ଛାୟା । ଭିନ୍ନକ୍ଷମ ହୋଇଥିବାରୁ ନିଜ ଭାଇ ଚଞ୍ଚକତା କରି ପୈତୃକ ସମ୍ପତିକୁ ମାଡି ବସିଥିବା ଅଭିଯୋଗ କରିଛନ୍ତି ଉମାକ୍ତାନ୍ତ। ସେପଟେ ବାହାଘର ପରେ ନିଜ ଶ୍ୱଶୁର ଘରେ ରହୁଥିବା ବେଳେ କାମଧନ୍ଦା ନକରି ପାରିବାରୁ ସେମାନେ ମଧ୍ୟ ଘରୁ ବାହାର କରି ଦେଇଛନ୍ତି । ଲୋକଙ୍କ ଦୟାରେ ପେଟ ପୋଷୁଛନ୍ତି । ପର ଘର ବାରଣ୍ଡା ଓ ଫୁଟପାଥରେ କଟୁଛି  ରାତି । ମାସିକ ସରକାର ଯୋଗାଉଥିବା ୫୦୦ ଟଙ୍କାର ଭିନ୍ନକ୍ଷମ ଭତ୍ତା ଓ ସରକାରୀ ତିନି ଚକିଆା ସାଇକେଲ ଏକମାତ୍ର  ତାଙ୍କର ଭରଷା ।

ମୁଣ୍ଡରେ ଛାତଟିଏ ଓ କୌଣସି ଏକ ରୋଜଗାର ପନ୍ଥା  ପାଇଁ ବିଭିନ୍ନ ସରକାରୀ ବାବୁଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ଉମାକାନ୍ତ।ଶେଷରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନ୍ୟାୟ ପାଇଁ ଧାରଣାରେ ବସିଛନ୍ତି ଉମାକାନ୍ତ। ଉପଜିଲ୍ଲାପାଳ ଅନୁପସ୍ଥିତି ଯୋଗୁଁ  ନିରାଶ ହୋଇଛନ୍ତି ଉମାକାନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.