କ୍ଷୁଦ୍ର ଜଳସେଚନ ଅଧିକ୍ଷକ ଯନ୍ତ୍ରୀଙ୍କୁ ଘେରିଲେ ଚାଷୀ, ଭୋଟର ତାଲିକାର ତୁରନ୍ତ ସମାଧାନ ପାଇଁ କଲେ ଦାବି

Published By : Prameya-News7 Bureau | January 19, 2023 IST

ଆନନ୍ଦପୁର ୧୯।୦୧ : ଭୋଟର ତାଲିକା ସଂଶୋଧନ ନକରି ପାଣିପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି । ପ୍ରତିବାଦରେ କ୍ଷୁଦ୍ର ଜଳସେଚନ ଅଧିକ୍ଷକ ଯନ୍ତ୍ରୀଙ୍କୁ ଘେରିଲେ ଚାଷୀ । ଯେପର୍ଯ୍ୟନ୍ତ ଭୋଟର ତାଲିକା ସଂଶୋଧନ ନହୋଇଛି ।ସେପର୍ଯ୍ୟନ୍ତ ନିର୍ବାଚନ କରାଇଦେବୁନାହିଁ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

{"id":735002,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଆନନ୍ଦପୁର ଉପଖଣ୍ଡ ତରଡିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧିନ ଚାଷୀଙ୍କ ମଧ୍ୟରେ ପାଣି ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛି କ୍ଷୁଦ୍ର ଜଳସେଚନ ବିଭାଗ । ତେବେ ଭୋଟର ତାଲିକାକୁ ସଂଶୋଧନ ନକରି ୨୦୦୭ ମସିହାର ଭୋଟର ତାଲିକାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ଘଟଣାକୁ ବିରୋଧ କରିଛନ୍ତି ସ୍ଥାନୀୟଲୋକେ । ଆଖପାଖ ଅଞ୍ଚଳର ୮ଖଣ୍ଡ ଗାଁର ଚାଷୀଙ୍କ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ଯାହାଫଳରେ ଗୁରୁବାର  ଚାଷୀମାନେ ଏକାଠି ହୋଇ ଶାଳପଡ଼ାଠାରେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରିଛନ୍ତି । ଅନେକ ମୃତ ଚାଷୀଙ୍କୁ ତାଲିକାରୁ ବାଦ୍‌ ଦିଆଯାଇନଥିବା ବେଳେ ଜମି ବିକ୍ରି କରିଥିବା ଚାଷୀଙ୍କ ନାମ ମଧ୍ୟ ପୂର୍ବ ତାଲିକାରେ ରହିଛି ।

{"id":735001,"sizeSlug":"full","linkDestination":"none"}

ସେହିପରି ନୂତନ ଜମି କିଣିଥିବା ଚାଷୀ ଓ ମହିଳାଙ୍କ ନାମ ତାଲିକାରେ ସାମିଲ ହୋଇନାହିଁ । କିଛି ଲୋକଙ୍କ ଧରି ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ  ଏଭଳି ଚକ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ତେଣୁ ଯେପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହେବ ନାହିଁ । ସେପର୍ଯ୍ୟନ୍ତ ନିର୍ବାଚନ କରାଇଦେବୁନାହିଁ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ତେବେ ଚାଷୀଙ୍କ ଅଭିଯୋଗ ଶୁଣିବା ପରେ ଅଧିକ୍ଷଣ ଯନ୍ତ୍ରୀ ନିର୍ବାଚନ ବିଜ୍ଞପ୍ତିକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.