ପାଚିକା ସହାୟିକା ସଂଘ ବିକ୍ଷୋଭ, ବିଭିନ୍ନ ଦାବି ନେଇ ବିଇଓଙ୍କୁ ଦେଲେ ଦାବିପତ୍ର
9/01/2023 at 2:59 PM

ଆନନ୍ଦପୁର ୦୯।୦୧ : ପାଚିକା ସହାୟିକା ସଂଘ ପକ୍ଷରୁ ବିଇଓଙ୍କୁ ଦାବିପତ୍ର ପ୍ରଦାନ । ଘସିପୁରା ବ୍ଲକ ପାଚିକା ସହାୟିକାଙ୍କ ପକ୍ଷରୁ ଘସିପୁରା ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ରାଲିରେ ବାହାରି ଘସିପୁରା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ମାସକୁ ୨୬ ହଜାର ଟଙ୍କା ଦରମା, ୧୦ ମାସ ବଦଳରେ ୧୨ ମାସର ଦରମା, ବର୍ଷକୁ ୨ ଖଣ୍ଡ ଶାଢ଼ୀ, ବକେୟା ଦରମା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ସରକାର ଯଦି ଦାବି ପୂରଣ ନକରନ୍ତି । ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସମ୍ପାଦିକା କହିଛନ୍ତି ।
Related Posts
ଗେଲପୁର ଛକରେ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ ଚାଲିଗଲା ଜୀବନ
8 February 2023
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
8 February 2023
ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ
8 February 2023
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023