ତେଲ କଡେଇର ପଡି ଶିଶୁକନ୍ୟା ଗୁରୁତର, ଶିଶୁ ଓ୍ୱାର୍ଡରେ ଭର୍ତ୍ତି

Published By : Prameya-News7 Bureau | January 03, 2023 IST

ଆନନ୍ଦପୁର ୦୩।୦୧ : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଖାଲପାଳ ଗାଁରେ ଅଘଟଣ । ଗରମ ତେଲ କଡେଇରେ ପଡି ଶିଶୁକନ୍ୟା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  

ଖବର ଅନୁଯାୟୀ, ଘଷିପୁରା ଥାନା ଖାଲପାଳ ଗାଁର ସମ୍ବରା ମୁର୍ମୁ ଜଳଖିଆ ତିଆରି ପାଇଁ ତେଲ ଗରମ କରୁଥିଲେ । ଏହି ସମୟରେ ତାଙ୍କ ଝିଅ ପୂର୍ଣ୍ଣିମା ଖେଳୁଥିବା ସମୟରେ ଅସାବଧାନତା ଲାଗି ତେଲ କଢେଇରେ ପଡିଯାଇଥିଲା । ଯାହାଫଳରେ ଶରୀର ୫୦ ପ୍ରତିଶତରୁ ଅଧିକ ଭାଗ ପୋଡିଯାଇଛି ।

ପରେ ଗୁରୁତର ଅବସ୍ଥାରରେ ପରିବାର ଲୋକେ ଝିଅକୁ ପ୍ରଥମେ କେଶଦୁରାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ଥିବାରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଶିଶୁ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶିଶୁଟିର ଅବସ୍ଥାର ସ୍ଥିର ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.