ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ, ଗାଧୋଇବା ବେଳେ ଖସିଗଲା ଗୋଡ

Published By : Prameya-News7 Bureau | February 29, 2024 IST

ବୋରିଗୁମ୍ମା ୨୯।୨: ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଝିଲିମିଲି ଗ୍ରାମ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ସମୟରେ ଜଣେ ଯୁବକ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଝିଲିମିଲି ଗ୍ରାମର ପୋଖରୀରେ ଗାଧୋଉଥିବା ସମୟରେ ହଠାତ ଯୁବକଙ୍କ ଗୋଡ଼ ଖସି ଗଭୀର ପାଣିରେ ବୁଡ଼ିଯାଇଥିଲେ । ନିକଟରେ ଥିବା ଲୋକ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବୋରିଗୁମ୍ମା ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଭୀର ପାଣି ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ପାଣିରୁ ଯୁବକଙ୍କୁ ଉଦ୍ଧାର କରି ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଯୁବକ ଜଣଙ୍କ ଉତ୍ତର ପ୍ରଦେଶର ତେଜ ସିଂ ବୋଲି ସୂଚନା ମିଳିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read :

wp:embed {"url":"https://www.prameyanews7.com/odisha-cm-inaugurated-cuttack-box-drain-project/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odisha-cm-inaugurated-cuttack-box-drain-project/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.