ଆନନ୍ଦପୁର: ଗାଡ଼ିରେ ପାଇପ୍ ଲୋଡ୍ ସମୟରେ ଶ୍ରମିକଙ୍କ ଉପରେ ଲୁହା ପାଇପ୍ ଖସିପଡିଛି। ଏଥିରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତ ଶ୍ରମିକ ହେଉଛନ୍ତି ଶୁକଦେବ ସାହୁ। ତାଙ୍କୁ ଆନନ୍ଦପୁର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ବଳରାମପୂର ଗାଁରେ ପାନୀୟ ଜଳ ଯୋଗାଣ ନିମନ୍ତେ କାମ ଚାଲିଛି। ଏହାର ଠିକା ନେଇଛି ମେଘା କମ୍ପାନୀ। ତେବେ ପାଇପ୍ ଗାଡ଼ିରେ ଲୋଡ୍ କରୁଥିବା ସମୟରେ ଲୁହା ପାଇପ୍ ଖସିପଡିବାରୁ ଶୁକଦେବ ସାହୁ ନାମକ ଜଣେ ଶ୍ରମିକ ଗୁରୁତର ହୋଇ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି।
ଠିକା ସଂସ୍ଥାର ଦାୟିତ୍ଵ ହୀନତା ଯୋଗୁ ଏଭଳି ଅଘଟଣ ଘଟିଥିବା ଚର୍ଚ୍ଚା ହେଉଛି। ଅନେକ ସମୟରେ ସଠିକ୍ ସୁରକ୍ଷା ଗ୍ରହଣ ନକରି ଶ୍ରମିକ ମାନଙ୍କୁ କାମରେ ଲଗାଉଥିବାରୁ ବାରମ୍ବାର ଶ୍ରମିକ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ସମ୍ପୃକ୍ତ ଶ୍ରମିକ ଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ସ୍ଥାନାନ୍ତର କରାଯାଇଛି।