ଗିରଫ ହେଲା ଆନ୍ତଃରାଜ୍ୟ ସାଇବର ଠକ, ଝାଡ଼ଖଣ୍ଡରୁ ଧରିଲା ବ୍ରହ୍ମପୁର ପୋଲିସ
23/09/2023 at 10:43 PM

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍ ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଠକ ଝାଡ଼ଖଣ୍ଡରୁ ଗିରଫ ହୋଇଛି। ଗିରଫ ସାଇବର ଠକର ନାଁ ମହମ୍ମଦ ଅଫଜାରୀ ଅନସାରୀ ସେ ଝାଡ଼ଖଣ୍ଡର । ଠକ ଜଣକ ଗୁଗଲରେ କଷ୍ଟମର କେୟାର ଜାଲ ବିଛାଇ ଠକୁଥିଲା।
ସୂଚନା ଅନୁଯାୟୀ, ଠକ ଜଣେ ଯୁବଙ୍କଠାରୁ ଚାଲାକି କରି ତାଙ୍କର ବ୍ୟାଙ୍କ୍ ତଥ୍ୟ ନେଇଯାଇଥିଲେ ଏବଂ ୯୪ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିଲା। ତେବେ ମାମଲାରେ ଅଭିଯୋଗ ପରେ ପୋଲିସ୍ ଠକକୁ ଧରିବାରେ ସଫଳ ହୋଇଛି।
ଆହୁରି ପଢ଼ନ୍ତୁ: ଅନ୍ଲାଇନ୍ ସପିଂ ପଡିଲା ମହଙ୍ଗା, ସାଇବର ଠକେଇର ଶିକାର ହେଲେ ଯୁବତୀ
ଜଣେ ପେଶାଦାର ସାଇବର ଠକ ଭାବେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ବିଭିନ୍ନ ରାଜ୍ୟରେ ତା’ ନାଁରେ ଅପରାଧିକ ମାମଲା ଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି । ଏହା ସହ ଏଭଳି ଇଣ୍ଟରନେଟରୁ କଷ୍ଟମର କେୟାର ନମ୍ବର ଖୋଜିବା ବଦଳରେ ବାସ୍ତବିକ ଟୋଲ ଫ୍ରି ନମ୍ବର ବ୍ୟବହାର କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।