ଜର୍ମାନ ଶେଫର୍ଡ଼ କୁକୁରକୁ ଡରି ତୃତୀୟ ମହଲାରୁ ଡେଇଁ ପଡିଲେ ବୀମା କମ୍ପାନୀ କର୍ମଚାରୀ, ଘଟଣାସ୍ଥଳରେ ମୃତ୍ୟୁ

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଲୀ ୨୮/୦୬ : ଦିଲ୍ଲୀ ସଂଲଗ୍ନ ଫରିଦାବାଦର ସୈନିକ କଲୋନୀରେ ରହୁଥିବା ଏକ ବୀମା କମ୍ପାନୀର ୪୪ ବର୍ଷିୟ କର୍ମଚାରୀ ତୃତୀୟ ମହଲାରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ଏକ କୁକୁର ଯୋଗୁଁ ଏହି ଦୁର୍ଘଟଣା ଘଟିଛି।

ସୂଚନାନୁସାରେ, ଫରିଦାବାଦର ସୈନିକ କଲୋନୀର ସମୀର ମାଥୁର (୪୪ ବର୍ଷ) ରବିବାର ଦିନ ଏକ ଜର୍ମାନ ଶେଫର୍ଡ଼ କୁକୁରକୁ ଭୟ କରି ତୃତୀୟ ମହଲାରୁ ଡେଇଁ ପଡିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଚତୁର୍ଥ ମହଲାରୁ ବୀମା କମ୍ପାନୀ କର୍ମଚାରୀଙ୍କ ପଛରେ ଏହି କୁକୁର ଦୌଡୁଥିବା ଆରମ୍ଭ କରିଥିଲା ବୋଲି ଅଭିଯୋଗ ହୋଇଛି। କୁକୁରକୁ ଭୟ କରି ସେ ତୃତୀୟ ମହଲାରୁ ଡେଇଁ ପଡିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ କୁକୁର ମାଲିକ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.