ଆମେରିକା​‌ରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ, ଏବର୍ଷରେ ଗଲାଣି ପାଞ୍ଚ ଜଣକ ଜୀବନ

Published By : Prameya-News7 Bureau | February 10, 2024 IST

ନୂଆଦିଲ୍ଲୀ: ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ହତ୍ୟା। ମୃତ ଯୁବକଙ୍କ ନାଁ ବିବେକ ଚନ୍ଦର ତନେଜା (୪୧) । ପୋଲିସର ସୂଚନା ଅନୁଯାୟୀ, ଘଟଣା ଫେବ୍ରୁଆରୀ ୨ରେ ଓ୍ବାସିଙ୍ଗଟନ୍‌ର ଡାଉନଟାଉନରେ ଥିବା ଏକ ରେସ୍ତେରାଁରେ ଘଟିଥିଲା। ଏଠାରେ ବିବେକଙ୍କର ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତତର୍କ ହୋଇଥିଲା । ଯେଉଁଥିରେ ଉତ୍ତ୍ୟକ୍ତ ବ୍ୟକ୍ତି ଜଣକ ବିବେକଙ୍କ ମୁଣ୍ଡକୁ ପିଟିଥିଲେ। ଆଉ ଏଥିରେ ଗୁରୁତର ହୋଇପଡ଼ିଥିଲେ ସେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣା ପରେ ଆମେରିକାରେ ଭାରତୀୟଙ୍କ ଉପରେ ହତ୍ୟା ଘଟଣା ପାଞ୍ଚରେ ପହଞ୍ଚିଛି। ସୂଚନା ଅନୁଯାୟୀ, ବିବେକ ଚନ୍ଦର ତନେଜା ଭର୍ଜିନିଆରେ କାର୍ଯ୍ୟରତ ଥିଲେ। ତେବେ ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଅଧିକାରୀମାନେ ଘଟଣାର ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଗୁରୁତର ଅବସ୍ଥାରେ ବିବେକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଫେବ୍ରୁଆରୀ ୭ରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ମନ୍ତ୍ରୀଙ୍କ ବଙ୍ଗଳାରେ ସୁରକ୍ଷାକର୍ମୀଙ୍କ ଆତ୍ମହତ୍ୟା, ସପ୍ତାହେ ପୂର୍ବରୁ ହୋଇଥିଲା ମୁତୟନ

ପୋଲିସ ଏହା ମଧ୍ୟ କହିଛି ଯେ, ତନେଜାଙ୍କୁ ହତ୍ୟା କରାଯାଇଛି। ଅବଶ୍ୟ ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ଗିରଫଦାରି ହୋଇନଥିବାବେଳେ ସନ୍ଦିଗ୍ଧଙ୍କ ଫଟେ ସିସିଟିଭିରେ କ୍ୟାମେରାରେ କଏଦ ହୋଇଛି। ମେଟ୍ରୋପଲିଟାନ ପୋଲିସ ଡିପାର୍ଟମେଣ୍ଟ ସନ୍ଦିଗ୍ଧଙ୍କୁ ଧରାଇଦେବାକୁ ୨୫ ହଜାର ଡଲାର ଦିଆଯିବା ନେଇ ଘୋଷଣା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.