ବେଙ୍ଗାଲୁରୁର ଏକ କାଫେରେ ବିସ୍ଫୋରଣ, ଚାରି ଆହତ

Published By : Prameya-News7 Bureau | March 01, 2024 IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବ୍ୟସ୍ତ ବହୁଳ ଅଞ୍ଚଳ ହ୍ବାଇଟଫିଲ୍ଡରେ ବିସ୍ଫୋରଣ। ଏଥିରେ ଚାରି ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ସହରର ରାମେଶ୍ବରମ କାଫେରେ ଘଟିଛି। ସୂଚନା ପାଇ ପୋଲିସ ଉପାୟୁକ୍ତଙ୍କ ସମେତ ଅନେକ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ଯାଞ୍ଚ ଜାରି ରହିଛି। ଆହତଙ୍କ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି।

ରିପୋର୍ଟ ଅନୁଯାୟୀ, କୁନ୍ଦଲହଲ୍ଲୀ ଅଞ୍ଚଳରେ ହୋଇଥିବା ଏହି ବିସ୍ଫୋରଣରେ କାଫେର ତିନି କର୍ମଚାରୀ ଏବଂ ଜଣେ ଗ୍ରାହକ ଅଛନ୍ତି। ଆହୁରି ମଧ୍ୟ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ କାଫେରେ ରଖାଯାଇଥିବା ଏକ ସନ୍ଦିଗ୍ଧ ବ୍ୟାଗ୍‌ରେ ବିସ୍ଫୋରଣ ହୋଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଘଟଣା ଦିନ ୧ଟା ସମୟରେ ଘଟିଥିଲା। ସେପଟେ ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ED ରେଡ, ଅର୍ଥ ଅନିୟମିତତା ନେଇ ଏକାସଂଗେ ୫ସ୍ଥାନରେ ଚଢାଉ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.