ଆଠଗଡରେ ପୁଣି ଦନ୍ତାର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଖୋଜୁଛି ବନବିଭାଗ

Published By : Prameya-News7 Bureau | June 17, 2024 IST

ଆଠଗଡ ୧୭/୬: ସଂକଟରେ ଗଜରାଜ । ପ୍ରତିଦିନ ବିଭିନ୍ନ ସ୍ଥାନରୁ ଆସୁଛି ହାତୀମୃତ୍ୟୁର ଖବର । ଆଠଗଡରେ ପୁଣି ଦନ୍ତାହାତୀର ମୃତ୍ୟୁ ହୋଇଛି । ବନାଞ୍ଚଳ ଜେନାପଟା ବିଟ୍‌ ସୋରିଷପାଳ ସଂରକ୍ଷିତ ଜଙ୍ଗଲରେ ପଡିଛି ଦନ୍ତାର ମୃତଦେହ । ମୃତ ହାତୀର ବୟସ ୫ରୁ ୬ବର୍ଷ ହେବ । ହାତୀକୁ ଦେଖିବାକୁ ଜଙ୍ଗଲରେ ଲୋକଙ୍କ ଭିଡ ଲାଗିଛି । ହାତୀ ମୃତ୍ୟୁ କେମିତି ହେଲା ସ୍ପଷ୍ଟ ହୋଇନି । ବନବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.