ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ; ରିକ୍ଟର ସ୍କେଲରେ ତିବ୍ରତା ୭.୫ ରେକର୍ଡ, ୫ଜଣଙ୍କ ମୃତ୍ୟୁ ସୂଚନା
6/02/2023 at 8:00 AM

ନୂଆଦିଲ୍ଲୀ: ତୁର୍କୀରେ ଭୂମିକମ୍ପ ଝଟକା। ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀର ନୁର୍ଦଗ ପ୍ରାନ୍ତ। ୟୁଏସ୍ ଜିଓଲୋଜି ସର୍ଭିସ୍ ସେଣ୍ଟରରେ ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୮ ରେକର୍ଡ କରାଯାଇଛି । ଭୂମିକମ୍ପ ଅନୁଭୂ଼ତ ହେବା ପରେ ଲୋକେ ଭୟଭୀତ ହୋଇ ଏତେ ତେଣେ ଦୌଡିବାକୁ ଲାଗିଥିଲେ । ଏହି ଶକ୍ତିଶାଳୀ ଭୂମିକମ୍ପରେ ୩୭ରୁ ଅଧିକ ଅଟ୍ଟାଳିକା ଭାଙ୍ଗିଥିବା ବେଳେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ବିଭାଗର ରିପୋର୍ଟ ମୁତାବକ, ସୋମବାର ସକାଳେ ଦକ୍ଷିଣ ତୁର୍କୀର ଗଜିୟାଣ୍ଟେପରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳୀରେ ନୁଗର୍ଦ ଠାରୁ ୨୩ କିଲୋମିଟର ଦୂରରେ ରହିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୭କିଲୋମିଟର ଗଭୀରତାରେ ରହିଛି ।
Earthquake of Magnitude:7.5, Occurred on 06-02-2023, 06:47:35 IST, Lat: 37.25 & Long: 37.07, Depth: 10 Km ,Location: 399km NNE of Beirut, Lebanon for more information Download the BhooKamp App https://t.co/YXDS6XRDMQ@Dr_Mishra1966 @Ravi_MoES @ndmaindia @Indiametdept pic.twitter.com/xnu13DSefC
— National Center for Seismology (@NCS_Earthquake) February 6, 2023
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପରେ ବଡ଼ ବଡ଼ ବିଲ୍ଡିଂ ସବୁ ଦବି ଯାଇଥିବା ଜଣାପଡ଼ିଛି । ଉଚ୍ଚ ଅଟ୍ଟାଳିକାମାନ ଭାଙ୍ଗି ଯାଇଥିବା ବେଳେ ମାଟି ତଳେ ଲୋକେ ଫଶି ରହିଥିବା କୁହାଯାଇଛି ।