ନେପାଳରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତିବ୍ରତା ୬.୧ ରେକର୍ଡ

Published By : Prameya-News7 Bureau | October 22, 2023 IST

ନୂଆଦିଲ୍ଲୀ ୨୨।୧୦ : ଭାରତ-ନେପାଳ ସୀମାରେ ଭୂକମ୍ପ ଝଟ୍‌କା । ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୧ ରେକର୍ଡ କରାଯାଇଛି । ଭାରତ ସହ ନେପାଳରେ କିଛି ଜାଗାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

wp:html /wp:html

ଖବର ଅନୁଯାୟୀ, ରବିବାର ଦିନ ସକାଳ ସମୟରେ ନେପାଳ-ଭାରତ ସୀମାରେ ଜୋରଦାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲରେ ତିବ୍ରତା ୬.୧ ଥିବାର ରେକର୍ଡ ହୋଇଛି । ନେପାଳ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳୀ କାଠମାଣ୍ଡୁ ଠାରୁ ୫୫ କିମି ଦୂର ପଶ୍ଚିମରେ ଠାବ ହୋଇଛି ।

wp:embed {"url":"https://www.prameyanews7.com/america-earthquake-in-mexico-with-magnitude-of-more-than-6-on-richter-scale/","type":"wp-embed","providerNameSlug":"prameya-news-7"}
https://www.prameyanews7.com/america-earthquake-in-mexico-with-magnitude-of-more-than-6-on-richter-scale/
/wp:embed

ସେପଟେ ଭୂକମ୍ପର ଝଟ୍‌କା ପାଇ ଘରୁ ବାହାରକୁ ଚାଲିଆସିଥିଲେ ଲୋକେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷତକ୍ଷତିର ସୂଚନା ମିଳିନାହିଁ । ନେପାଳ ବ୍ୟତୀତ ଭାରତର ଦିଲ୍ଲୀ, ବିହାର ଆଦି କିଛି ରାଜ୍ୟମାନଙ୍କ ମଧ୍ୟ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି ।

ସେହିପରି ଏକ ସପ୍ତାହ ତଳେ ଦିଲ୍ଲୀରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଯେଉଁଥିରେ ଦିଲ୍ଲୀ ପାଶ୍‌ୱବର୍ତ୍ତୀ ନୋଏଡ଼ା ଏବଂ ଗାଜିଆବାଦ କିଛି ଅଞ୍ଚଳରେ ଝଟ୍‌କା ଅନୁଭୂତ ହୋଇଥିଲା ।କିନ୍ତୁ କାହାର କୌଣସି କ୍ଷୟକ୍ଷତିର ସୂଚନା ନଥିଲା । ଅନ୍ୟପଟେ ଗତ ଅକ୍ଟୋବର ୩ ତାରିଖ ଦିନ ନେପାଳରେ ମଧ୍ୟ ଭୂକମ୍ପ ଝଟ୍‌କା ହୋଇଥିଲା । ବିଳମ୍ବିତ ରାତି ପ୍ରାୟ ୨.୨୫ ମିନିଟରେ ୪.୬ ତିବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଏହାପରେ ୨.୫୧ ମିନିଟରେ ଆଉ ଥରେ ଭୂକମ୍ପ ଝଟ୍‌କା ହୋଇଥିଲା । ଯାହା ୬.୨ର ତିବ୍ରତା ରେକର୍ଡ ହୋଇଥିଲା ।

wp:embed {"url":"https://www.prameyanews7.com/actor-yash-shocking-fees-for-ramayana/","type":"wp-embed","providerNameSlug":"prameya-news-7"}
https://www.prameyanews7.com/actor-yash-shocking-fees-for-ramayana/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.