ଭୂକମ୍ପର ଝଟକା: ଥରିଲା ଆଣ୍ଡାମାନ ଓ ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୪.୩

Published By : Prameya-News7 Bureau | August 03, 2021 IST

ନୂଆଦିଲ୍ଲୀ ୦୩/୦୮ : ପୋର୍ଟ ବ୍ଲେୟାର, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ କମ୍ପନ ଅନୁଭୂତ । ଆଜି ସକାଳ ପ୍ରାୟ ୬.୨୭ରେ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୪.୩ ଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଏନେଇ ସ୍ପଷ୍ଟ କରିଛି ।

wp:html /wp:html

ଏହାପୂର୍ବରୁ ସୋମବାର ରାତିରେ ଉତ୍ତର-ପୂର୍ବରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ରାତି ୮.୧୬ ରେ ମଣିପୁରର ମୋଇରଙ୍ଗରେ ୩.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଏହାର ଗଭୀରତା ଭୂମିଠାରୁ ୫୮ କିଲୋମିଟର ଥିଲା । ମଣିପୁରର ରବିବାର ବିଳମ୍ବିତ ରାତି ୧୨.୩୮ ସମୟରେ ନାଗାଲାଣ୍ଡର କୋହିମାଠାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.