ମୃଦୁ ଭୂମିକମ୍ପରେ ଥରିଲା ମହାରାଷ୍ଟ୍ର: ରିକ୍ଟର ସ୍କେଲରେ ତୀବ୍ରତା ୩.୫ ରେକର୍ଡ
20/11/2023 at 11:40 AM

ମୁମ୍ବାଇ: ମହାରାଷ୍ଟ୍ରର ହୁଙ୍ଗଲିରେ ପୁଣି ଭୂମିକମ୍ପ ଝଟକା । ସୋମବାର ସକାଳୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ପୂର୍ବାହ୍ଣ ୫ଟା ୯ମିନିଟରେ ଝଟକା ଲାଗିଥିଲା । ବାରମ୍ବାର ବାରମ୍ବାର ଭୂମିକମ୍ପ ଝଟକା ଲାଗିବାରୁ ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ଲୋକ । ଗତ କିଛି ଦିନ ହେଲା ମହାରାଷ୍ଟ୍ର ହୁଙ୍ଗଲି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହେଉଛି ।
An earthquake of Magnitude 3.5 on the Richter scale hit Hingoli, Maharashtra at 5:09 am today: National Centre for Seismology pic.twitter.com/OPsceoqIJw
— ANI (@ANI) November 20, 2023
ରବିବାର ଦକ୍ଷିଣ ଆଣ୍ଡାମାନ ସାଗରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ସୂଚନା ନ୍ୟାସନାଲ ସେଣ୍ଟର ଫର ସିସମୋଲଜି ଦେଇଥିଲା। ସନ୍ଧ୍ୟାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ମପା ଯାଇଛି। ତେବେ ଭୂମିକମ୍ପ ଯୋଗୁ କୌଣସି ଠାରେ ଧନଜୀବନ ହାନୀ ନେଇ ସୂଚନା ମିଳି ନାହିଁ। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ସନ୍ଧ୍ୟା ୬ଟା ବାଜି ୩୬ ମିନିଟ୍ରେ ଆଣ୍ଡାମାନ ସାଗରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା।
ଟାକ୍ଟୋନିକ୍ ପ୍ଲେଟ୍ ଚଳନ ଯୋଗୁ ଭୂମିକମ୍ପ ହୋଇଥାଏ । ଏହି ପ୍ଲେଟ୍ ପ୍ରତିବର୍ଷ ୪-୫ ମି.ମି ଚଳିନ କରୁଛି । ଏହା ଦ୍ବାରା ଭୂପୃଷ୍ଠରେ କମ୍ପନ ସୃଷ୍ଟି ହୋଇଥାଏ । ଦୁଇଟି ପ୍ଲେଟ୍ ନିକଟତର ହୋଇଥାନ୍ତି । କିଛି ପରିସ୍ଥିତିରେ ଦୁଇଟି ପ୍ଲେଟ୍ ଗୋଟିଏ ଅନ୍ୟଟି ଠାରୁ ଦୂରେଇ ଯାଇଥାଏ । ଏହି ପ୍ଲେଟ୍ ଭୂ-ପୃଷ୍ଠର ୩୦-୪୦ କିଲୋମିଟର ଗଭୀରତାରେ ରହିଛନ୍ତି ।