ପୃଥିବୀ ନିକଟ ଦେଇ ଅତିକ୍ରମ କଲା କ୍ଷୁଦ୍ର ଗ୍ରହ, କିଛି ଦିନ ପୂର୍ବେ ଆବିଷ୍କାର କରିଥିଲା ନାସା

Published By : Prameya-News7 Bureau | March 17, 2023 IST

ନୂଆଦିଲ୍ଲୀ: ୧୭/୦୩: ପୃଥିବୀର ଅତି ନିକଟରୁ ଅତିକ୍ରମ କରିଛି କ୍ଷୁଦ୍ର ଗ୍ରହ। ଗୁରୁବାର ରାତିରେ ଏହି କ୍ଷୁଦ୍ରଗ୍ରହ ପୃଥିବୀ ପୃଷ୍ଠରୁ କମ୍ ଦୂରତାରେ ଦ୍ରୁତ ଅତିକ୍ରମ କରିଛି। କ୍ଷୁଦ୍ରଗ୍ରହ 2023 EYକୁ କିଛି ଦିନ ପୂର୍ବରୁ ଆବିଷ୍କାର କରାଯାଇଥିଲା । ଏହି କ୍ଷୁଦ୍ର ଗ୍ରହ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଆନୁମାନିକ ଦୂରତାରେ ରହିଥିଲା । କ୍ଷୁଦ୍ରଗ୍ରହ 2023 EY, ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ହାରହାରି ୬୨ ପ୍ରତିଶତ ଦୂରତାରେ ଗତି କରିବ । ଜ୍ୟୋତିଷ ବିଜ୍ଞାନର ମତ ଅନୁଯାୟୀ, ଏହା ଖୁବ୍ କମ୍ ଦୂରତା ଦେଇ ଅତିକ୍ରମ କରିଛି । ହେଲେ ଏହାଯୋଗୁଁ ପୃଥିବୀ ଉପରେ କୌଣସି ପ୍ରଭାବ ପଡ଼ିନାହିଁ।

ଆଷ୍ଟରଏଡ୍ 2023 EY ଆକାର ପ୍ରାୟ 52 ଫୁଟ୍ । ପୃଥିବୀ ପୃଷ୍ଠରୁ ପ୍ରାୟ 2,39, 800 କିଲୋମିଟର ଦୂରରେ ଅତିକ୍ରମ କରିଛି । ଏକ ବୃହତ ଟେଲିସ୍କୋପ ଦ୍ବାରା ଏହି କ୍ଷୁଦ୍ରଗ୍ରହର ସୁନ୍ଦର ଦୃଶ୍ୟକୁ ଦେଖିବା ସମ୍ଭବ ହେବ । ଏହି ସଦ୍ୟ ଆଷ୍ଟରଏଡ୍ ନାସାର ଆଟଲାସ୍ ଦ୍ବାରା ଆବିଷ୍କାର କରାଯାଇଛି । ଏହି ଆଟଲାସକୁ  ହାଓ୍ବାଇ ବିଶ୍ବ ବିଦ୍ୟାଳୟ ଦ୍ବାରା ପରଚାଳନା କରାଯାଉଛି । ଆଟଲାସ ଏପର୍ଯ୍ୟନ୍ତ 700କୁ ଅଧିକ ଆଷ୍ଟରଏଡ୍‌କୁ ଅବିଷ୍କାର କରିଛି ।

ସବୁଠାରୁ ବଡ଼ କଥା ହେଲା ଆଟଲାସ ପୂରା ମହାକାଶକୁ 24 ଘଣ୍ଟାରେ ହିଁ ସ୍କାନ କରିପାରୁଛିଛି। ନାସାର କହିବା ଅନୁଯାୟୀ ସିଷ୍ଟମରେ ଥିବା ଚାରିଟି ଟେଲିସ୍କୋପ୍‌ ଚନ୍ଦ୍ରଠାରୁ ୧୦୦ ଗୁଣା ଅଧିକ ଆକାଶର ସର୍ଭେ କରିପାରିବ । ଏହି​‌ ସିଷ୍ଟମର ଚାରିଟି ଟେଲିସ୍କୋପ୍‌ ମଧ୍ୟରୁ ହଓ୍ବାଇ ଦୁଇଟି ଟେଲିସ୍କୋପ୍ ହୋଷ୍ଟ କରିଥିବାବେଳେ ଅନ୍ୟ ଦୁଇଟିକୁ ସାଉଥ୍‌ ଆଫ୍ରିକା ଏବଂ ଚିଲ୍ଲି ତରଫରୁ ହୋଷ୍ଟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.