ଗାଁକୁ ଯାଇ ପାରିଲାନି ଆମ୍ୱୁଲାନ୍ସ; ବିପଦପୂର୍ଣ୍ଣ ଭାବେ ଭୋରା ନଦୀ ପାରି ହେଲେ ଗର୍ଭବତୀ
14/09/2022 at 4:18 PM
କୋରାପୁଟ ୧୪/୦୯: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲକ୍ଷ୍ମୀପୁର ବ୍ଲକର ପୀପୋଳପୋଦର୍ ପଞ୍ଚାୟତ ବାଘମାରି ଗାଁର ଜଣେ ଗର୍ଭବତୀ ମହିଳା ଅସୁସ୍ଥ ଥିଲେ। ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗା କରାଯାଇଥିଲା। କିନ୍ତୁ ତାଙ୍କ ଗାଁକୁ ପକ୍କା ରାସ୍ତା ନଥିବାରୁ ସେଠାକୁ ଆମ୍ୱୁଲାନ୍ସ ଯାଇ ପାରିନଥିଲା। ଗାଁରୁ ୩ କି.ମି. ଦୂରରେ ଆମ୍ୱୁଲାନ୍ସ ଅଟକି ରହିଥିଲା। ପରିବାର ଲୋକ ଗର୍ଭବତୀଙ୍କୁ କିଛି ବାଟ ଚଲାଇବା ସହ ଭରା ନଦୀରେ ବିପଦପୂର୍ଣ୍ଣ ଭାବେ ତାଙ୍କୁ ପାରି କରାଇଥିଲେ।
ପରେ ତାଙ୍କୁ ଆମ୍ବୁଲାନ୍ସରେ ଲକ୍ଷ୍ମୀପୁର ଡାକ୍ତରଖାନାକୁ ନିଆଯାଇଥିଲା। ସ୍ବାଧୀନତାର ୭୫ ବର୍ଷ ବର୍ଷ ପରେ ବି ବାଘୋମାରି ଗାଁକୁ ଯିବାଆସିବା ପାଇଁ ପକ୍କା ରାସ୍ତା କିମ୍ବା ପୋଲ ହୋଇପାରିନି। ଅନ୍ୟପଟେ ଗାଁର ୧ କିମି ଦୂରରେ ବହୁଥିବା ପାହାଡ଼ିଆ ନଦୀ ସବୁବେଳେ ପ୍ରତିବନ୍ଧକ ସାଜୁଛି। ଗାଁକୁ ଯିବା ପାଇଁ ଡାକ୍ତରି ଦଳ ମଧ୍ୟ ବହୁ ଅସୁବିଧାର ସାମ୍ନା କରୁଛନ୍ତି। ଏନେଇ ପ୍ରଶାସନ ଧ୍ୟାନ ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।