ସ୍କୁଲ ସାମ୍‌ନାରେ ବିକ୍ରି କରୁଥିଲା ବ୍ରାଉନ ସୁଗାର, ଧରିଲା ଅବକାରୀ ବିଭାଗ

Published By : Prameya-News7 Bureau | November 17, 2023 IST

ପୁରୀ: ପୁଣି ଜବତ ହେଲା ବ୍ରାଉନ ସୁଗାର। ସ୍କୁଲ୍ ସାମ୍ନାରେ ବ୍ରାଉନ ସୁଗାର ବେପାର କରୁଥିବା ବେଳେ ଜଣେ ଅଭିଯୁକ୍ତକୁ ବାନ୍ଧିଲା ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ଜଣକ ହେଉଛି ବାଲି ସାହିର ନାରା ନାୟକ। ଅଭିଯୁକ୍ତ ଠାରୁ ଅବକାରୀ ବିଭାଗ ୮୨ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୮ଲକ୍ଷ ୨୦ ହଜାର ଟଙ୍କା ହେବ।

ସୂଚନା ଅନୁଯାୟର, ଟାଉନ ଥାନା ଅଧୀନ ବାଲିସାହି ମ୍ୟୁନିସିପାଲିଟି ନୋଡାଲ ହାଇସ୍କୁଲ ସମ୍ମୁଖରେ ଅଭିଯୁକ୍ତ ଜଣକ ଧଳାଜହର ବିକ୍ରି କରୁଥିବା ଖବର ପାଇ ଅବକାରୀ ବିଭାଗ ଚଢଉ କରିଥିଲା ଏବଂ ବ୍ରାଉନ ସୁଗାର ସହ ନାରା ନାୟକକୁ ଧରିଥିଲା। ତା’ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।

ଆହୁରି ପଢ଼ନ୍ତୁ: ‘ମୋ ବସ୍’ରୁ ଦମ୍ପତ୍ତିଙ୍କଠୁ ଲୁଟ୍, ୫ ହଜାର ଟଙ୍କାର ମେଡିସିନ ଓ କାଗଜପତ୍ର ଭର୍ତ୍ତି ବ୍ୟାଗ୍ ନେଇଗଲେ ଲୁଟେରା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.