ଆଦାନୀର କୋଇଲା ପ୍ରକଳ୍ପକୁ ଋଣ ନଦେବାଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଚେତାଇଲା ଆସେଟ୍ ମ୍ୟାନେଜମେଣ୍ଟ୍ କମ୍ପାନୀ ‘ଆମୁଣ୍ଡି’

Published By : Prameya-News7 Bureau | November 28, 2020 IST

ନୂଆଦିଲ୍ଲୀ ୨୮/୧୧ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଚେତାବନୀ ଦେଇଛି ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ ଆମୁଣ୍ଡି । ଏସବିଆଇ ଅଷ୍ଟ୍ରେଲିଆରେ ଥିବା ଆଦାନୀର କୋଇଲା ଖଣିକୁ ଆର୍ଥିକ ସହାୟତା ଯୋଗାଉଥିବା ଜାଣିବା ପରେ ଏହି ଚେତାବନୀ ଦେଇଛି ଆମୁଣ୍ଡି ସଂସ୍ଥା । ସେ କହିଛି ଆଗକୁ ଯଦି ଏସବିଆଇ ଏଭଳି ପାଣ୍ଠି ଯୋଗାଏ ତେବେ ସେ ତାର ଲେଣ୍ଡରର୍ସ ଗ୍ରୀନ ବଣ୍ଡ୍ ଫଣ୍ଡରୁ ଏସବିଆଇକୁ ବହିଷ୍କାର କରିବ ।

ଆମୁଣ୍ଡି ପ୍ଲାନେଟ୍ ଏମର୍ଜିଂ ଗ୍ରୀନ୍ ୱାନ୍ ପାଣ୍ଠିରେ ଏହି ବଣ୍ଡ୍ ରଖିଥିବା ଅମୁଣ୍ଡି, ଅଷ୍ଟ୍ରେଲିଆରେ କାର୍ମାଇକେଲ୍ ଥର୍ମାଲ୍ କୋଇଲା ଖଣିକୁ ଆର୍ଥିକ ସହାୟତା ଯୋଗାଉଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏହି ସପ୍ତାହରେ ଜାଣିବାକୁ ପାଇଛି । ସାରା ବିଶ୍ବରେ ଏବେ ଗ୍ଲୋବାଲ ଓ୍ବାର୍ମିଂ ବିରୁଦ୍ଧରେ ମୁକାବିଲା ଜୋରଦାର କରାଯାଉଛି । ତେବେ ଅଷ୍ଟ୍ରେଲିଆରେ ଉକ୍ତ କୋଇଲା ଖଣିରୁ ଉତ୍ପାଦନ ହେଉଥିବା  କାର୍ମାଇକେଲ ସମ୍ଭାବ୍ୟ କାର୍ବନ ନିର୍ଗତ ହେବାର ଭୟ ରହିଛି । ପୂର୍ବରୁ ପରିବେଶବିତମାନେ ମଧ୍ୟ ସେହି ଖଣିରୁ ବିଷାକ୍ତ ଗ୍ୟାସ୍ ବାହାରୁଥିବା ନେଇ ଚେତାବନୀ ଦେଇଛନ୍ତି ।

ଇନଷ୍ଟିଚ୍ୟୁସନାଲ ଆଣ୍ଡ କର୍ପୋରେଟ କ୍ଲାଏଣ୍ଟ ଡିଭିଜନ ଆଣ୍ଡ ଇଏସଜିର ନିର୍ଦ୍ଦେଶକ ଜିନ୍ ଜ୍ୟାକ୍ ବାରବେରିସ କହିଛନ୍ତି ଯେ ସମ୍ପତ୍ତି ପରିଚାଳକ ବ୍ୟାଙ୍କ ସହିତ ଯୋଗାଯୋଗ କରିବା ସହିତ ଆସନ୍ତା ଗୁରୁବାର ସୁଦ୍ଧା ଦିଆଯାଇଥିବା ଚିଠିର ଉତ୍ତର ରଖିବାକୁ କୁହାଯାଇଛି । ଆମୁଣ୍ଡି ପାଣ୍ଠି ହେଉଛି ଏକ ସଂସ୍ଥା ଯାହାକି ମାର୍କେଟରେ ଗ୍ରୀନ ବଣ୍ଡ ପରିଚାଳନା କରେ ଏବଂ ପରିବେଶ ଅନୁକୂଳ ପ୍ରକଳ୍ପଗୁଡିକୁ ପାଣ୍ଠି ଯୋଗାଇବାରେ ସାହାଯ୍ୟ କରିଥାଏ ।

ବାରବେରିସ କହିଛନ୍ତି, "ଆମେ ଭାବୁଛୁ ଯେ ଏସବିଆଇ ଏହି ପ୍ରକଳ୍ପକୁ ଅର୍ଥ ପ୍ରଦାନ କରିବା ଉଚିତ ନୁହେଁ। ଏହା ସେମାନଙ୍କର ନିଷ୍ପତ୍ତି, କିନ୍ତୁ ଶେଷରେ ଆମେ ଏହା ସ୍ପଷ୍ଟ କରିଛୁ ଯେ ଯଦି ସେମାନେ ଏହା କରିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଆମେ ତୁରନ୍ତ ଏସବିଆଇରୁ ପାଣ୍ଠି ପ୍ରତ୍ୟାହାର କରିବୁ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.