PUBG ନିଷିଦ୍ଧ ଘୋଷଣା ପରେ Amulର ନୂଆ କ୍ରିଏଟିଭ ହେଉଛି ଭାଇରାଲ

Published By : Prameya-News7 Bureau | September 03, 2020 IST

ନୂଆଦିଲ୍ଲୀ : ଦେଶରେ ଆଉ ୧୧୮ଟି ଚାଇନା ମୋବାଇଲ ଆପ୍ଲିକେସନ (ଆପ୍‌)କୁ କେନ୍ଦ୍ର ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏଥିରେ ଲୋକପ୍ରିୟ ମୋବଇଲ ଗେମ୍‌ ପିୟୁବିଜି ମଧ୍ୟ ବନ୍ଦ ହୋଇଯାଇଛି। ଏହାକୁ ନେଇ ଅମୂଲ ଡୁଡଲରେ କଟାକ୍ଷ କରିଛି। ଏଥିରେ ‘ସାବଜୀ ! ହାଁଜି ! ପିୟୁବିଜି ! ନାଁଜୀ ’ ବେଶ ଲୋକପ୍ରିୟ ହେଉଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୂର୍ବ ଲଦ୍ଦାଖ ସୀମାରେ ଉତ୍ତେଜନା ପରେ ଭାରତ ସରକାର ୫୯ଟି ଚୀନ୍‌ ଆପ ଉପରେ କଟକଣା ଜାରି କରିଥିଲେ। ହେଲେ ଏଥିରେ ଚୀନ୍‌ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲା। ହେଲେ ପିୟୁବିଜି ସମେତ ୧୧୮ଟି ଆପ୍‌ ଦେଶରେ ନିଷିଦ୍ଧ ହେବା ପରେ ଚୀନ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏ ନେଇ ଚୀନ୍‌ ଦୂତାବାସ ଆପ୍‌ ମାନଙ୍କ ଉପରୁ କଟକଣା ହଟାଇବା ଲାଗି ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।

ଭାରତରେ ଚୀନ୍‌ର ୨୨୪ଟି ମୋବାଇଲ ଆପ୍‌ ପ୍ରତିବନ୍ଧିତ ହେବା ପରେ ଚୀନ୍‌ କମ୍ପାନୀମାନେ ଗୁରୁତର କ୍ଷତିର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରାଗଲାଣି। ଚୀନ୍‌ ଗଣମାଧ୍ୟମ ମୁତାବକ ଟିକଟକ୍‌ ନିଷିଦ୍ଧ ହେବା ଯୋଗୁ ଏହାର ପ୍ୟାରେଣ୍ଟ କମ୍ପାନୀ ବାଇଟ୍‌ ଡ୍ୟାନ୍ସ ଅନୁନ୍ୟ ୬ ବିଲିୟନ ଡଲାର ଅର୍ଥାତ ୪୫ ହଜାର କୋଟି ଟଙ୍କାର କ୍ଷତିର ସମ୍ମୁଖୀନ ହୋଇଛି।

ଭାରତ ଏପରି ଏକ ସମୟରେ ଆପ୍‌ ଉପରେ କଟକଣା ଜାରି କରିଥିଲା ଯେତେବେଳେ କମ୍ପାନୀ ପବ୍ଲିକ୍‌ ଇସ୍ୟୁ ଲାଗି ପ୍ରସ୍ତୁତି କରୁଥିଲା। ପବ୍ଲିକ୍‌ ଇସ୍ୟୁ ତ କରିପାରିଲାନି ଓଲଟି  ବିଭିନ୍ନ ଦେଶରେ ତାର ଅଂଶୀଦାରୀ ବିକ୍ରି ଲାଗି ଚାପ ବଢିବାରେ ଲାଗିଛି। କେବଳ ଟିକଟକ୍‌ ନୁହେଁ ଅନ୍ୟ ଇ-କମର୍ସ ସାଇଟ୍‌ ଓ ଆପ୍‌ ମାନେ ମଧ୍ୟ ବିପୁଳ କ୍ଷତିରେ ପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.