ଅମୁଲ୍ ଏବେ ବିକିବ ଓଟକ୍ଷୀର : ଜାଣନ୍ତୁ ଏହାର ମୂଲ୍ୟ ଏବଂ ଫାଇଦା

Published By : Prameya-News7 Bureau | January 25, 2019 IST

ନୂଆଦିଲ୍ଲୀ ୨୫/୧: ପ୍ରସିଦ୍ଧ ଦୁଗ୍ଧ କମ୍ପାନୀ ଅମୁଲ୍ ଏବେ ବଜାରରେ ଓଟ କ୍ଷୀର ବିକିବାକୁ ଯାଉଛି। ଏହି କମ୍ପାନୀ ବର୍ତ୍ତମାନ ଗୁଜୁରାଟର କେତେକ ସହର ଗାନ୍ଧୀନଗର,ଅହମଦାବାଦ ଏବଂ କଚ୍ଛର କେତେକ ବଜାରରେ ଉପଲବ୍ଧ କରାଯାଇଛି। ଏହି ପ୍ରସିଦ୍ଧ ଦୁଗ୍ଧ କମ୍ପାନୀର କହିବା ଅନୁସାରେ ଏହି କ୍ଷୀରକୁ କଚ୍ଛ ଅଞ୍ଚଳରୁ ପ୍ରାପ୍ତ କରାଯାଇଛି। ଓଟକ୍ଷୀରକୁ ୫୦ଟଙ୍କା ମୂଲ୍ୟରେ ୫୦୦ମିଲିଲିଟର ପିଇଟି ବୋତଲରେ ବିକ୍ରି କରାଯିବ। ଏହାକୁ ଥଣ୍ଡା ରଖିବା ଆବଶ୍ୟକ କାରଣ ଏହି କ୍ଷୀର ୩ଦିନ ପର୍ଯ୍ୟନ୍ତ ପିଇବା ଉପଯୋଗୀ ରହି ପାରିବ।

{"id":77820}

ଅମୁଲ୍ ଏହା ପୂର୍ବରୁ ଓଟକ୍ଷୀରରୁ ପ୍ରସ୍ତୁତ ଚକୋଲେଟ୍ ବଜାରକୁ ଛାଡ଼ିଥିଲା ଯାହା ଗ୍ରାହକଙ୍କ ପସନ୍ଦଯୋଗ୍ୟ ହୋଇଥିଲା। କମ୍ପାନୀର କହିବା ଅନୁସାରେ ଓଟକ୍ଷୀରକୁ ହଜମ କରିବା ଅତ୍ୟନ୍ତ ସହଜ ହୋଇଥାଏ। ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଇନସୁଲିନ୍ ଭଳି ପ୍ରୋଟିନ୍ ଅଧିକ ମାତ୍ରାରେ ରହିଥିବାରୁ ମଧୁମେହ ରୋଗୀଙ୍କ ପାଇଁ ଏହା ଅଧିକ ଲାଭଦାୟକ ହୋଇଥାଏ।

{"id":77821}

ଅମୁଲର ସହକାରୀ ସମିତି ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଙ୍ଗ୍ ଫେଡେରେସନ୍ ନିକଟରେ ଅବସ୍ଥିତ। ଏହି ଦୁଗ୍ଧ କମ୍ପାନୀ ଆରମ୍ଭରୁ ୪/୫ହଜାର ଲିଟର ଓଟକ୍ଷୀର ପ୍ରତିଦିନ ଏକାଠି କରିବା ଆରମ୍ଭ କରିଛି। ଏହି କ୍ଷୀରର ମାତ୍ରା ବଢ଼ିବା ପରେ ଏହା ଅନ୍ୟ ସ୍ଥାନରେ ମଧ୍ୟ ଲଞ୍ଚ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.