ଖାସ୍ ଅନ୍ଦାଜ୍‌ରେ KKଙ୍କୁ ଅଲବିଦା ଜଣାଇଲା Amul , ଇମୋସନାଲ୍‌ ହେଲେ ଫ୍ୟାନ୍ସ...

Published By : Prameya-News7 Bureau | June 02, 2022 IST

ବଲିଉଡର ପ୍ରସିଦ୍ଧ ଗାୟକ କୃଷ୍ଣ କୁମାର କୁନ୍ନାଥ ତଥା କେ.କେ ଦୁନିଆକୁ ଅଲବିଦା କହିଛନ୍ତି । ତାଙ୍କ ପରଲୋକରେ ଇଣ୍ଡଷ୍ଟ୍ରିର ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ସଂଗୀତ ଜଗତର ଅନେକ ଛୋଟ ବଡ ସେଲିବ୍ରେଟି ତାଙ୍କର ଶେଷ ଦର୍ଶନ ପାଇଁ ବାସଭବନରେ ପହଞ୍ଚିଛନ୍ତି । ଏହି ସମୟରେ ଅମୁଲ ଇଣ୍ଡିଆ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ଗାୟକ କେ.କେଙ୍କୁ ଏକ ବିଶେଷ ଢଙ୍ଗରେ ବିଦାୟ ଦେଇଛନ୍ତି । ଯାହାକୁ ଦେଖିଲା ପରେ ସମସ୍ତେ ଏହାକୁ ପସନ୍ଦ କରୁଛନ୍ତି ।

wp:html
/wp:html

ସୋସିଆଲ ମିଡିଆରେ ଅମୁଲ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି ।ଏହି ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ  ଦୁଇଟି କାର୍ଟୁନର ଫଟୋ ରହିଛି। ଯାହା ଦୁଇ ବନ୍ଧୁଙ୍କର ଅଟେ । ଏହି ଫଟୋ ଉପରେ ଏହା ଲେଖାଯାଇଛି, 'ୟାରୋ ୟାଦ୍‌ ଆୟେଙ୍ଗେ ୟେ ପଲ୍‌' । ଫଟୋ ଶେଷରେ ଲେକା ହୋଇଛି ବିଦାୟ KK ୧୯୬୮-୨୦୨୨ । ପ୍ରଶଂସକମାନେ ଏହି ଫଟୋ ଦେଖିବା ପରେ ଭାବପ୍ରବଣ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.