ପୁଣି କ୍ଷୀର ଦାମ୍‌ ବଢ଼ାଇଲା ଅମୂଲ, ଗ୍ରାହକଙ୍କୁ ଦେବାକୁ ପଡ଼ିବ ଅଧିକ ଟଙ୍କା

Published By : Prameya-News7 Bureau | February 03, 2023 IST

ନୂଆଦିଲ୍ଲୀ, ୦୩/୦୨: ସାଧାରଣ ବଜେଟ୍ ଘୋଷଣା ହୋଇଥିଲେ ବି ଦରବୃଦ୍ଧି ମାଡ଼ ପଡ଼ିଛି। ଅମୂଲ ଏହାର ଗ୍ରାହକଙ୍କୁ ବଡ଼ ଝଟକା ଦେଇଛି। ଶୁକ୍ରବାର ଅମୂଲ ଏହାର ଅମୂଲ କ୍ଷୀରର ଦାମ୍‌ରେ ପ୍ରତି ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି। ଅମୂଲ ତରଫରୁ ଦାମ ବୃଦ୍ଧି ପରେ ଏବେ ଅନ୍ୟ କମ୍ପାନୀ ମାନେ କ୍ଷୀର ମୂଲ୍ୟରେ ବୃଦ୍ଧି କରିପାରନ୍ତି। ବର୍ଦ୍ଧିତ ଦର ଆଜିଠାରୁ ଅର୍ଥାତ୍ ୩ ଫେବୃଆରୀ ଠାରୁ ଲାଗୁ ହୋଇଛି।

Amul Milk ତରଫରୁ ନୂଆ ତାଲିକା ଜାରି କରାଯାଇଛି। ଯେଉଁଥିରେ ଅମୂଲ ତାଜା ୫୦୦ ଏମଏଲର ଦାମ୍ ୨୭ ଟଙ୍କା, ଅମୂଳ ତାଜା ଏକ ଲିଟରର ଦାମ୍‌ ୫୪ ଟଙ୍କା, ଅମୂଲ ତାଜା ୨ ଲିଟରର ଦାମ୍ ୧୦ ଟଙ୍କା, ଅମୂଲ ତାଜା ୬ ଲିଟରର ଦାମ୍ ୩୨୪ ଟଙ୍କା, ଅମୂଲ ଗୋଲ୍ହ ୫୦୦ ଏମଏଲର ଦାମ୍ ୩୩ ଟଙ୍କା, ଅମୂଲ ଗୋଲ୍ଡ ଏକ ଲିଟରର ଦାମ୍ ୬୬ ଟଙ୍କା ହୋଇଛି।

ସେହିଭଳି ଗାଈ କ୍ଷୀର ୫୦୦ ଏମଏଲ ଦାମ ଏବେ ୨୮ ଟଙ୍କା, ୧ ଲିଟରର ଦାମ୍ ୫୬ ଟଙ୍କା ହୋଇଛି। ଅମୂଲ ଏ୨ ମଇଁଷି କ୍ଷୀର ୫୦୦ ଏମଏଲର ଦାମ୍‌ ୩୫ ଟଙ୍କା ଏବଂ ଏ୨ ୧ ଲିଟର ମଇଁଷି କ୍ଷୀରର ଦାମ୍‌ ୭୦ ଟଙ୍କା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.