Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ୟୁପି, ଦିଲ୍ଲୀ ସମେତ ଅନେକ ରାଜ୍ୟରେ ବଟର ସଂକଟ, କମ୍ପାନୀ କହିଲା ପ୍ରକୃତ କାରଣ

15/11/2022 at 1:25 PM

ନୂଆଦିଲ୍ଲୀ ୧୫/୧୧: ଦିପାବଳୀ ପରେ ଦେଶର ଅନକେ ରାଜ୍ୟରେ ବଟର(ଲହୁଣୀ) ସଂକଟ ଦେଖାଦେଇଛି । ଡାଏରୀ କମ୍ପାନୀଗୁଡିକରେ ଦେଖାଦେଇଛି ଏହାର ଘୋର ଅଭାବ ।

କୁହାଯାଉଛି କି, ଦିଓ୍ୱାଲୀ ସମୟରେ ଦୁଗ୍ଧର ବ୍ୟବହାର ଅଧିକ ହେତୁ କମ୍ପାନୀଗୁଡିକ ବହୁ ପରିମାଣରେ ଲହୁଣୀ ଉତ୍ପାଦନ କରିପାରିଲେନି । ଫଳରେ ଏହି ସଂକଟ ଦେଖାଦେଇଛି । ଅନ୍ୟ ପଟେ, ପଶୁମାନଙ୍କରେ ବ୍ୟାପିଥିବା ରୋଗ ହେତୁ କ୍ଷୀରର ଉତ୍ପାଦନ ହ୍ରାସ ପାଇଛି । ଯେଉଁ କାରଣରୁ ଲହୁଣି ଉତ୍ପାଦନ ପ୍ରଭାବିତ ହୋଇଛି । ଏହି କାରଣରୁ ପ୍ରଭାବିତ ହୋଇଛି ଉତ୍ପାଦନ ।

ସାଧାରଣତ ଗ୍ରୀଷ୍ମ ଋତୁରେ ବଟର ବ୍ୟବହାର କମ୍ ହୋଇଥାଏ । କିନ୍ତୁ ଶୀତଦିନେ ଏହାର ବ୍ୟବହାର ବୃଦ୍ଧି ପାଇଥାଏ । ମିଡିଆ ରିପୋର୍ଟ ମୁତାବକ୍, ବିଭିନ୍ନ ରାଜ୍ୟରେ ଦୋକାନ ବଜାର, ଗ୍ରୋସରୀ ଷ୍ଟୋର୍ ଏବଂ ଡେଲିଭରି ଆପ୍ ‘ଅମୁଲ’ ବ୍ରାଣ୍ଡ ବଟର ଯୋଗାଣରେ ଅଭାବ ଦେଖାଦେଇଛି । ଲହୁଣୀର ଅଭାବ ଦିଲ୍ଲୀ, ପଞ୍ଜାବ, ଗୁଜୁରାଟ ଏବଂ ଉତ୍ତରପ୍ରଦେଶରେ ଅଧିକ ପରିମାଣର ଦେଖାଦେଇଛି ।

ଉତ୍ତରପ୍ରଦେଶରେ ୩୫ରୁ ୫୦ ପ୍ରତିଶତ ବଟରର ଅଭାବ ଦେଖାଦେଇଛି । ଦିଲ୍ଲୀର ବିକ୍ରେତାମାନେ କହିଛନ୍ତି ଯେ ଅମୁଲ ବ୍ରାଣ୍ଡ ବଟର ଯୋଗାଣ କିଛି ସପ୍ତାହ ହେବ ବଜାରରେ ନାହିଁ । ଏଥିପାିଁ ଲୋକଙ୍କ ନିକଟରେ ପହଞ୍ଚି ପାରୁନି ବଟର । ..

   Related Posts