ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ, ଯାଜପୁରରୁ କଟକ ଯାଉଥିଲେ ରୋଗୀ

Published By : Prameya-News7 Bureau | August 24, 2022 IST

ଯାଜପୁର ୨୪।୦୮: ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଲେ ରୋଗୀ, ତାଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ ଚାଳକ। ଯାଜପୁର କୁଆଖିଆ ଥାନା ତାରିଣୀ ଛକ ନିକଟରେ ଏଭଳି ଘଟଣା ଘଟିଛି ।

ଖବର ଅନୁଯାୟୀ, ବୁଧବାର ମଧ୍ୟାହ୍ନରେ ଏହି ଆମ୍ବୁଲାନ୍ସଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ନେଇ କଟକ ବଡ଼ ମେଡ଼ିକାଲକୁ ଯାଉଥିଲା। ଏହି ସମୟରେ ତାରିଣୀ ଛକ ନିକଟରେ କୌଣସି କାରଣରୁ ଆମ୍ବୁଲାନ୍ସଟି ରାସ୍ତା କଡ଼ ବାଡ଼ରେ ପିଟି ହୋଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରୁ ରୋଗୀ, ତାଙ୍କ ସମ୍ପର୍କୀୟ ଓ ଡ୍ରାଇଭର ସମେତ ୨ଜଣ ଆଟେଣ୍ଡାଣ୍ଟଙ୍କୁ ଉଦ୍ଧାର କରି ଅନ୍ୟ ଗାଡ଼ି ଯୋଗେ ଯାଜପୁର ଟାଉନକୁ ପଠାଇଥିଲେ। ତେବେ ଏହି ଦୁର୍ଘଟଣାରେ କୌଣସି ବଡ଼ ଧରଣର କ୍ଷତି ହୋଇନଥିବା ଜଣାପଡିଛି। ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସଟିକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.