ସାଂସଦ ଭାବେ ଶପଥ ନେବା ପାଇଁ ଅମ୍ରିତପାଲ୍ ସିଂହଙ୍କୁ ଜେଲ୍‌ରୁ ଛାଡ଼ିବାକୁ ଆବେଦନ କଲେ ପରିବାର ଲୋକେ

Published By : Prameya-News7 Bureau | June 09, 2024 IST

indiatoday

ନୂଆଦିଲ୍ଲୀ: ପଞ୍ଜାବର ଖଡୁର ଶାହିବ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଖଲିସ୍ତାନ ସମର୍ଥକ ଅମ୍ରିତ ପାଲ୍ ସିଂହ ଏବେ ଜେଲ୍‌ରେ ଅଛନ୍ତି। ସେ ଜେଲ୍‌ରୁ ମୁକୁଳିଲେ ସାଂସଦ ଭାବେ ଶପଥ ନେବେ। ଏଥିପାଇଁ ତାଙ୍କୁ ପାରୋଲ୍‌ରେ ସ୍ୱଳ୍ପ ସମୟ ପାଇଁ ଛଡ଼ାଯାଉ ବୋଲି ଦାବି କରି ତାଙ୍କ ପରିବାର ଲୋକ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ପାଖରେ ଆବେଦନ କରିଛନ୍ତି। 

ଅମ୍ରିତ ପାଲ୍ ବର୍ତ୍ତମାନ ଆସାମର ଦିବ୍ରୁଗଡ଼ ଜେଲ୍‌ରେ ଥିବାରୁ ସମସ୍ତ ଆଇନଗତ ଔପଚାରିକତା ପୂରା କରିବାକୁ ତାଙ୍କ ପରିବାର ଲୋକେ ଆସାମରେ ପହଞ୍ଚିଛନ୍ତି। ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ଙ୍କ ସୁପାରିଶ ପରେ ଜେଲ୍‌ ଅଧିକାରୀ ତାଙ୍କ ଆବେଦନକୁ ଅନୁମୋଦନ ଦେବେ। ଏହାପରେ ଅମ୍ରିତ ପାଲ୍ ଜେଲ୍‌ରୁ ବାହାରି ଶପଥ ନେଇପାରିବେ। 

ଅମ୍ରିତପାଲଙ୍କ ସହ ଆଲୋଚନା କରିବା ପରେ ତାଙ୍କ ବାପା ପିଟିଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ଆମେ ବହୁତ ଖୁସି ଯେ ଆମ ପୁଅ ନିର୍ବାଚନ ଜିତିଛି। ଆମେ ତାକୁ ଭେଟିବାକୁ ଆସିଛୁ। ଲୋକେ ତାଙ୍କୁ କେତେ ଭଲପାଉଛନ୍ତି ଓ କେତେ ବଡ଼ ବ୍ୟବଧାନରେ ଜିତାଇଛନ୍ତି ଏକଥା ଜାଣି ସେ ବି ଖୁସି ଅନୁଭବ କରିପାରିବ।”

ଅମୃତପାଲ ଖଡୁର ସାହିବ ଲୋକସଭା ଆସନରୁ ୧,୯୭,୧୨୦ ଭୋଟରେ ସ୍ୱାଧୀନ ପ୍ରାର୍ଥୀ ଭାବରେ କଂଗ୍ରେସର କୁଲବୀର ସିଂ ଜିରା ଓ ତୃତୀୟ ସ୍ଥାନରେ ଥିବା ଆପ୍‌ର ଲାଲ୍‌ଜିତ ସିଂହ ଭୁଲାରଙ୍କୁ ପରାସ୍ତ କରିଥିଲେ। ନିର୍ବାଚନରେ ଅମ୍ରିତପାଲ୍‌ଙ୍କୁ ୪,୦୪,୪୩୦ ଏବଂ ଜିରାଙ୍କୁ ୨,୦୭,୩୧୦ ଏବଂ ଭୁଲାରଙ୍କୁ ୧,୯୪,୮୩୬ ଖଣ୍ଡ ଭୋଟ୍ ମିଳିଥିଲା। 

ସୂଚା ଥାଉକି ଖଲିସ୍ତାନ ସମର୍ଥନକାରୀ ଅମ୍ରିତପାଲ ଓ ତାଙ୍କର ଏକ ସମ୍ପର୍କୀୟଙ୍କ ସମେତ ୧୦ ଜଣ ଆସାମର ଦିବ୍ରୁଗଡ଼ ଜେଲ୍‌ରେ ବନ୍ଦୀ ଅଛନ୍ତି। ଗତବର୍ଷ ମାର୍ଚ୍ଚ ୧୯ ତାରିଖରେ ଏମାନଙ୍କୁ ଜେଲ୍‌କୁ ପଠା ଯାଇଥିଲା। ପଞ୍ଜାବର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏମାନଙ୍କୁ ନ୍ୟାସ୍‌ନାଲ ସିକ୍ୟୁରିଟି ଆକ୍ଟରେ ଗିରଫ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.