LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

Amritpal Singh ନାଁରେ ସାଙ୍ଘାତିକ୍ ଅଭିଯୋଗ; ଚାଷୀଙ୍କ ପରିବାରକୁ ସହାୟତା ଦେବା ଆଳରେ ୪୦କୋଟି ସଂଗ୍ରହ

22/03/2023 at 12:01 PM

Amritpal Singh News Updates

ଚଣ୍ଡିଗଡ଼: ଖଲିସ୍ତାନୀ ସମର୍ଥକ ଏବଂ ଉଗ୍ରବାଦୀ Amritpal Singh ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଯାଞ୍ଚ ଏଜେନ୍ସି ‘ଓ୍ବାରିସ୍ ପଞ୍ଜାବ ଦେ’ର ୫ ସଦସ୍ୟଙ୍କ ବ୍ୟାଙ୍କ ଖାତା ଉପରେ ନଜର ରଖିଛି । ୨୦୧୬ରୁ ଏଯାଏଁ ୭ ବର୍ଷରେ ୪୦କୋଟିରୁ ଅଧିକ ଟଙ୍କାର ବେଆଇନ କାରବାରର ଖୋଳତାଳ କରୁଛି ।

 ଆମୃତପାଲ ସିଂ ନାଁରେ ସାଙ୍ଘାତିକ୍ ଅଭିଯୋଗ ଥିବା ପୋଲିସ ସୂଚନା ଦେଇଛି ।  ତଦନ୍ତ ଅଧିକାରୀଙ୍କ କହିବା ମୁତାବକ, ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଚାଲୁଥିବା ବେଳେ ମୃତ ଚାଷୀଙ୍କ ପରିବାରକୁ ସହାୟତା ରାଶି ଯୋଗାଇ ଦେବା ବାହାନାରେ ବିଭିନ୍ନ ସ୍ଥାନରୁ  ଓ୍ବାରିସ୍ ପଞ୍ଜାବ ଦେ’ର ସଦସ୍ୟମାନେ ଅର୍ଥ ସଂଗ୍ରହ କରିଥିବା ଜଣାପଡ଼ିଛି ।

ସେହିପରି ଅନ୍ୟ ଏକ ମାମଲାରେ ଧର୍ମ ନାଁରେ ଟଙ୍କା ମିଳିଥିବା ନେଇ ଯାଞ୍ଚ ଏଜେନ୍ସିକୁ ସୂଚନା ମିଳିଛି ।  ପ୍ରାୟ ୩୫ କୋଟି ଟଙ୍କା ଅମୃତପାଲର ସହଯୋଗୀ ଦଳଜିତ୍ ସିଂ କଲସୀକୁ ମିଳିଛି । ପଞ୍ଜାବ ପୋଲିସ, ଅମୃତପାଲ ସିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଲଜିତ୍ ସିଂକୁ ଗିରଫ କରିଛି ।    

ସୂଚନା ଅନୁଯାୟୀ, ଏହି ସବୁ ଲେଣଦେଣ ନଗଦ ଜମା ଆଏମପିଏସ ମାଧ୍ୟମରେ ହୋଇଛି । ଅନ୍ୟପଟେ ଏହି ଲେଣଦେଣ ଅନ୍ୟ ଏକ ମଧ୍ୟାମରେ ହୋଇଛି । ପ୍ରାୟ ୩ରୁ ୪କୋଟି ଟଙ୍କା ଏଟିଏମରୁ ଉଠିଥିବା ବେଳେ ୧୨ଟି ଦେଶରେ ଟ୍ରାଞ୍ଜାକ୍ସନ ହୋଇଛି । ଏନେଇ ସୂଚନା ମିଳିବା ପରେ ତନତନ କରି ତଦନ୍ତ କରୁଛି ଯାଞ୍ଚ ଏଜେନ୍ସି । ଅନ୍ୟପଟେ ପଞ୍ଜାବ ପୋଲିସ ଅମୃତପାଲ ସିଂ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

   Related Posts