oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ସୈଫ୍‌ଙ୍କ ସହ ଛାଡପତ୍ର ହେବା ପରେ କାହିଁକି ଦ୍ବିତୀୟ ବିବାହ କଲେନି ଅମୃତା ସିଂ, କହିଲେ…

18/11/2021 at 2:38 PM

ନୂଆଦିଲ୍ଳୀ ୧୮।୧୧ : ବଲିଉଡ୍‌ର ନବାବ୍‌ ସୈଫ୍‌ ଅଲି ଖାନ୍‌ ଇଣ୍ଡଷ୍ଟ୍ରୀରେ ବେଶ୍‌ ପ୍ରସିଦ୍ଧ । ତାଙ୍କ ଫିଲ୍ମ କ୍ୟାରିୟର ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ । ତାଙ୍କ ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ଥାଏ । ତେବେ ସୈଫ୍‌ ଜୀବନରେ ପ୍ରଥମ ପ୍ରେମ ହିସାବରେ ଅମୃତା ସିଂ ଆସିଥିଲେ । ସେତେବେଳେ ସୈଫ୍‌ ମାତ୍ର ୨୦ ବର୍ଷର ଥିଲେ । ଗୋଟିଏ ଫିଲ୍ମରୁ ଦୁହିଁଙ୍କର ପ୍ରେମ ଆରମ୍ଭ ହୋଇ ଯାଇଥିଲା । ଧୀରେ ଧୀରେ ତାଙ୍କ ପ୍ରେମର ଗାଡି ଆଗକୁ ବଢିବାକୁ ଲାଗିଲା ।  ହେଲେ ଅମୃତା ଓ ସୈଫଙ୍କ ଠାରୁ ୧୨ ବର୍ଷ ବଡ ଥିଲେ ।  ଏଥି ପାଇଁ ଦୁହିଁଙ୍କ ପରିବାର ତାଙ୍କର ଏହି ସମ୍ପର୍କକୁ ଲୁଚା ଛଫାରେ ବିବାହ କରାଇଥିଲେ ।

ତେବେ ଏକ ରିପୋର୍ଟ ଅନୁଯାୟୀ ଯେତେବେଳେ ସେମାନଙ୍କ ପରିବାର ସଦସ୍ୟ ଦୁହିଁଙ୍କ ବିବାହ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ଖୁବ୍‌ ଧମାଲ ହୋଇଥିଲା ବହୁତ ଅପମାନ ମଧ୍ୟ ଶୁଣିବାକୁ ପଡିଥିଲା । କିନ୍ତୁ ତା’ପରେ ଉଭୟଙ୍କ ସମ୍ପର୍କକୁ ଗ୍ରହଣ କରିବା ଛଡା ସେମାନଙ୍କର ଅନ୍ୟ କୌଣସି ଉପାୟ ନଥିଲା।ଏହା ପରେ ସୈଫ୍-ଅମୃତା ସେମାନଙ୍କ ଜୀବନକୁ ଖୁସିରେ ଅତିବାହିତ କରିବା ଆରମ୍ଭ କଲେ । ପ୍ରଥମେ ତାଙ୍କର ଝିଅ ସାରା ଅଲି ଖାନ ଏବଂ ପୁଅ ଇବ୍ରାହିମ ଅଲି ଖାନଙ୍କ ତାଙ୍କ ଜୀବନକୁ ଆସିଥିଲେ। ଏତେ ବର୍ଷ ଧରି ସବୁ କିଛି ଠିକ୍ ଠାକ୍ ଚାଲିଥିଲା ​​କିନ୍ତୁ ତା’ପରେ ସୈଫ୍‌ ଓ ଅମୃତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାର ଦେଖାଗଲା । ଶେଷରେ ଦୁହେଁ ନିଷ୍ପତ୍ତି ନେଲେ ଯେ ଛାଡପତ୍ର ପାଇଁ । ୨୦୦୪ ରେ ଛାଡପତ୍ର ନେଇ ପାରସ୍ପରିକ ସମ୍ମତି ସହିତ ସେମାନଙ୍କର ୧୩ ବର୍ଷର ବିବାହ ସମ୍ପର୍କକୁ ସମାପ୍ତ କଲେ। ଛାଡପତ୍ର ପରେ ଇଟାଲୀୟ ମଡେଲ ରୋଜା ସୈଫ୍‌ଙ୍କ ଜୀବନରେ ଆସିଥିଲେ ବୋଲି ଶୁଣିବାକୁ ମିଳିଥିଲା । ଦୁହେଁ ମଧ୍ୟ କିଛି ସମୟ ପାଇଁ ଲିଭ୍-ଇନ୍ରେ ଥିଲେ କିନ୍ତୁ ପରେ ସେମାନଙ୍କର  ମଧ୍ୟ ସମ୍ପର୍କ ଭାଙ୍ଗି ଯାଇଥିଲା ।

ରୋଜା ସହିତ ବ୍ରେକଅପ୍ ପରେ କରୀନା କପୁରଙ୍କୁ ଡେଟ୍‌ କରିଥିଲେ ସୈଫ୍ । ଦୁହେଁ ଟଶନ୍‌ ଫିଲ୍ମର ସେଟ୍ ଉପରେ ପରସ୍ପର ପ୍ରତି ନିକଟତର ହୋଇଥିଲେ । ଧୀରେ ଧୀରେ ସେମାନଙ୍କର ଘନିଷ୍ଠତାର ରଙ୍ଗ ପରିବର୍ତ୍ତନ ହୋଇଥିଲା ଏବଂ ତା’ପରେ ସେମାନେ ଲିଭ୍‌-ଇନ୍‌ରେ ରହିବାକୁ ଲାଗିଲେ । ୨୦୧୨ରେ ଉଭୟ ବିବାହ କରିଥିଲେ କିନ୍ତୁ ଅମୃତା ସୈଫ୍ଙ୍କୁ ବିବାହ କରିବା ପରେ ପୁନର୍ବାର ବିବାହ କରିନଥିଲେ। କୁହାଯାଉଛି କି ଅମୃତା କେବଳ ତାଙ୍କ ସନ୍ତାନ ସାରା ଏବଂ ଇବ୍ରାହିମଙ୍କ ଉପରେ ଧ୍ୟାନ ଦେଇଥିଲେ, ଯେଉଁଥିପାଇଁ ସେ ଦ୍ୱିତୀୟ ବିବାହ ବିଷୟରେ କେବେ ଭାବି ପାରିବେ ନାହିଁ । ତାଙ୍କ ପାଇଁ ତାଙ୍କ ପିଲାମାନେ ତାଙ୍କର ପ୍ରଥମ ପ୍ରାଥମିକତା । ସେ ତାଙ୍କ ପିଲାଙ୍କୁ ଆଖି ଆଗରେ ରଖି ନିଜ ଜୀବନ ବିତାଇ ଥିଲେ ।

   Related Posts