ଢେଙ୍କାନାଳ: ପ୍ରକାଶ ପାଇଛି ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ। ଏଥିରେ ସାରା ଓଡ଼ିଶାରେ ୧୦ମ ସ୍ଥାନ ହାସଲ କରିଛନ୍ତି ଢେଙ୍କାନାଳ ଜିଲ୍ଲା ଜୋରନ୍ଦାର ଅମ୍ରିତା ସାହୁ । ବାପା ସୁଧାକର ସାହୁ ଓ ମାତା ଆଶାନ୍ତି ସାହୁଙ୍କର ଦ୍ୱିତୀୟ ସନ୍ତାନ ତଥା ଏକମାତ୍ର ଝିଅ ଅମ୍ରିତା। ଅମ୍ରିତା ଜଣେ ବିଫାର୍ମ ପାଠ ସାରି ପ୍ରଥମ ଥରରେ ଓଏଏସ ପାଇବାରେ ସଫଳତା ହାସଲ କରିଛନ୍ତି।
ବାପା ସୁଧାକର ଜଣେ ସାଧାରଣ ଫଳ ଦୋକାନୀ ମା' ଅଶାନ୍ତି ଜଣେ ଗୃହିଣୀ । ଜୋରନ୍ଦା ବଜାର ଏକ ଛୋଟିଆ ଫଳ ଦୋକାନ କରି ନିଜ ପରିବାର ପୋଷଣ କରିଥାନ୍ତି ସୁଧାକର। ଗାଁ ସ୍କୁଲରୁ ହାଇସ୍କୁଲ ପଢି ସାରିବା ପରେ ଢେଙ୍କାନାଳ କନିଷ୍ଠ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପାସ ପରେ ରୋଗୀସେବା ପାଇଁ ମନ ବଳାଇଥିଲେ ଅମ୍ରିତା । ମାତ୍ର ନିଜର ନିମ୍ନ ମଧ୍ୟମିତ ପରିବାରର ଆର୍ଥିକ ସ୍ତରରେ ସେତେଟା ସ୍ୱଚ୍ଛଳତା ନଥିବାରୁ ଡାକ୍ତରୀ ସେବା ପାଇଁ ମନ ବଳାଇ ବି ଫାର୍ମ ପାଠ୍ୟକ୍ରମ ସାରିଥିଲେ । ମାତ୍ର ମହାମାରୀ କୋଭିଡ ସମୟରେ ପ୍ରଶାସନିକ ଆଧିକାରୀ ମାନଙ୍କ କାର୍ଯ୍ୟ କଳାପ ତାଙ୍କୁ ଓଡିଶା ପ୍ରଶାସନିକ ସେବା ପାଇଁ ପ୍ରୋତ୍ସାହିତ ଯୋଗାଇଥିଲା ।
ନିଜେ ଜଣେ ଓଏଏସ ହେବେ ଆଉ ସମାଜର ବିଭିନ୍ନ ସ୍ତରର ଲୋକଙ୍କ ସେବା କରିବା ଲକ୍ଷ ଓ ଏକାଗ୍ରତା ତାଙ୍କୁ ଆଜି ତାଙ୍କୁ ମାତ୍ର ୨୪ବର୍ଷ ବୟସରେ ସଫଳତା ଦେଇଛି ବୋଲି ପ୍ରକାଶ କରିଛନ୍ତି। ଏଥିପାଇଁ ତାଙ୍କର ଅକାଳ ପରିଶ୍ରମ , ନିଷ୍ଠା , ଏକାଗ୍ରତା ଓ ଆତ୍ମ ବିଶ୍ୱାସ ହିଁ ତାଙ୍କୁ ସଫଳତା ଦେଇଛି। ନିଜ ପରିବାରର ଉତ୍ସାହ ଓ ନିଜ ସାଙ୍ଗ ସାଥି ବଡ଼ ଭାଇ ମାନଙ୍କ ସହଯୋଗ ତାଙ୍କୁ ତାଙ୍କର ସଫଳତା ପଛ ର ଗୋଟିଏ ଗୋଟିଏ ପ୍ରେରଣା ବୋଲି କହିଛନ୍ତି। ବିନା କୋଚିଂ ରେ ପ୍ରଥମ ଥରରେ ସେ ଏହି ସଫଳତା ପାଇ ସାରା ରାଜ୍ୟରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୧୦ମ ସ୍ଥାନ ହାସଲ କରିଛନ୍ତି। ତେବେ ଜଣେ ଦକ୍ଷ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ ରଖିଛନ୍ତି ଅମ୍ରିତା।