suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

୮୪ ଘଣ୍ଟା ପରେ ମିଳିଲା ଅମ୍ରିତଙ୍କ ପତ୍ତା, ଗୁରୁବାର ସଂଧ୍ୟାରୁ ଥିଲେ ନିଖୋଜ

19/12/2022 at 8:55 AM

ନୟାଗଡ଼ ୧୯।୧୨ : ଘରକୁ ଫେରିଲେ ଅମ୍ରିତ ପାତ୍ର । ଦୀର୍ଘ ୮୪ ଘଣ୍ଟାର ନିଖୋଜ ପରେ ଘରକୁ ଫେରିଛନ୍ତି ଅମ୍ରିତ ପାତ୍ର । ଓଡଗାଁ ପୋଲିସ ଅମ୍ରିତଙ୍କୁ ଥାନାରେ ନେଇ ପଚରାଉଚରା କରୁଛି ।

ଖବର ଅନୁଯାୟୀ,  ପ୍ରତିଦିନ ପରି ଗୁରୁବାର ଦିନ ଅମ୍ରିତ ଟ୍ୟୁଉସନକୁ ଯାଇଥିଲେ । ହେଲେ ଆଉ ଫେରିନଥିଲେ । ରାସ୍ତାକଡ଼ ଅମ୍ରିତଙ୍କ ସାଇକେଲ୍‌ ପଡିଥିଲେ । ତାଙ୍କର କୌଣସି ଖୋଜଖବର ନଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ବି କିଛି ପତ୍ତା ମିଳିନଥିଲା । ଶେଷରେ ଥାନାରେ ଅଭିଯୋଗ କରିଥିଲେ ପରିବାର । ପୋଲିସ ଦୀର୍ଘ ୩ ଦିନ ଧରି ଲଗାତର ଛାନ୍‌ଭିନ୍‌ କରିଥିଲେ ବି କୌଣସି ପତ୍ତାମିଳିନଥିଲା ।

ତେବେ ନିଖୋଜ ହେବାର ୮୪ ଘଣ୍ଟାର ପରେ ଅମ୍ରିତଙ୍କ ପତ୍ତାମିଳିଛି । ସୋମବାର ଦିନ ଗାଁର ଜଣେ ବ୍ୟକ୍ତିଙ୍କ ଘର ବାରଣ୍ଡାରେ ବସିଥିଲେ ଅମ୍ରିତ । ଗ୍ରାମବାସୀମାନେ ଏନେଇ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚି ଅମ୍ରିତଙ୍କୁ ଉଦ୍ଧାର କରିଥିଲେ । ସେପଟେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅମ୍ରିତଙ୍କ ଥାନାକୁ ନେଇ ପଚରାଉଚରା କରୁଛି । ତାଙ୍କୁ କିଏ ଅପହରଣ କରିଥିଲା ? ନା ସେ କୁଆଡେ ଚାଲିଯାଇଥିଲେ ? ସେନେଇ ତନାଘନା କରୁଛି ଓଡଗାଁ ପୋଲିସ ।

   Related Posts