ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ, ସକାଳ ୧୦ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପରିଦର୍ଶନ

Published By : Prameya-News7 Bureau | August 16, 2023 IST

ନୂଆଦିଲ୍ଲୀ ୧୬। ୦୮ : ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିବ ଅମୃତ ଉଦ୍ୟାନ । ୧୬ ଅଗଷ୍ଟରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକ ମାସ ପାଇଁ ଏହା ପୁଣି ଥରେ ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ଯାଉଛି । ରାଷ୍ଟ୍ରପତି ଭବନ ପକ୍ଷରୁ ୧୪ ତାରିଖ ଦିନ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦିଆ ଯାଇଛି ।

wp:gallery {"linkTo":"none"} /wp:gallery

କେବଳ ସୋମବାର ବ୍ୟତୀତ ଅନ୍ୟ ସମସ୍ତ ଦିନରେ ପର୍ଯ୍ୟଟକ ଏହି ଉଦ୍ୟାନ ବୁଲି ଦେଖି ପାରିବେ । ତେବେ ପ୍ରଥମ ଥର ପାଇଁ ବର୍ଷରେ ଦୁଇ ଥର ରାଷ୍ଟ୍ରପତି ଭବନର ଏହି ରାଜକୀୟ ଉଦ୍ୟାନ ଖୋଲିବାକୁ ଯାଉଛି । ଚଳିତ ବର୍ଷ ଆରମ୍ଭରୁ ଜାନୁଆରୀ ୨୯ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଉଦ୍ୟାନ ଖୋଲା ଯାଇଥିଲା ଏବଂ ଏଠାକୁ ୧୦ ଲକ୍ଷ ପର୍ଯ୍ୟଟକ ଆସିଥିଲେ ।

wp:gallery {"linkTo":"none"} /wp:gallery

ଅମୃତ ଉଦ୍ୟାନ ବୁଲିବାକୁ ଇଚ୍ଛୁକ ବ୍ୟକ୍ତି ଅଫିସିଆଲ ୱେବସାଇଟରୁ ଅନଲାଇନ ବୁକିଙ୍ଗ କରି ପାରିବେ । କିମ୍ବା ରାଷ୍ଟ୍ରପତି ଭବନର ୩୫ ନମ୍ବର ଗେଟରୁ ଏଣ୍ଟ୍ରି ପାସ୍ ମଧ୍ୟ ନେଇ ପାରିବେ । ତେବେ ଅମୃତ ଉଦ୍ୟାନ ଭ୍ରମଣ ପାଇଁ କୌଣସି ଶୁଳ୍କ ଦେବାକୁ ହେବ ନାହିଁ । ପର୍ଯ୍ୟଟକ ମାନେ ସକାଳ ୧୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉଦ୍ୟାନ ବୁଲି ଦେଖି ପାରିବେ । ସେପ୍ଟେମ୍ବର ୫ ତାରିଖ ଦିନ ଗୁରୁ ଦିବସ ପାଳନ ଅବସରରେ କେବଳ ଶିକ୍ଷକଙ୍କୁ ଉଦ୍ୟାନକୁ ପ୍ରବେଶ ଅନୁମତି ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.