ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପଞ୍ଜାବରେ ଅମରିନ୍ଦର ସିଂହଙ୍କ ନୂଆ ପାର୍ଟି ଓ ବିଜେପି ମଧ୍ୟରେ ହେଲା ମେଣ୍ଟ, କ୍ୟାପ୍ଟେନ କହିଲେ ଖୁବ୍ ଶୀଘ୍ର ହେବ ଆସନ ବୁଝାମଣା

17/12/2021 at 6:15 PM

ନୂଆଦିଲ୍ଲୀ ୧୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି କ୍ୟାପ୍ଟେନ ଅମରିନ୍ଦର ସିଂହ ବିଜେପି ସହ ମେଣ୍ଟ ଘୋଷଣା କରିଛନ୍ତି।  ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ପଞ୍ଜାବ ପ୍ରଭାରୀ ଗଜେନ୍ଦ୍ର ଶେଖାବତଙ୍କୁ ଶୁକ୍ରବାର ଅମରିନ୍ଦର ଭେଟିଥିଲେ। ଏହି ସାକ୍ଷାତ ଆଲୋଚନା ପରେ କ୍ୟାପ୍ଟେନ ପଞ୍ଜାବ ଲୋକ କଂଗ୍ରେସ ଓ ବିଜେପି ମଧ୍ୟରେ ମେଣ୍ଟ ଲାଗି ସହମତି ହୋଇଯାଇଥିବା କହିଛନ୍ତି। ଉଭୟ ରାଜନୈତିକ ଦଳ ମଧ୍ୟରେ ଖୁବ୍ ଶୀଘ୍ର ଆସନ ବୁଝାମଣା ହୋଇଯାଇପାରେ ବୋଲି କ୍ୟାପ୍ଟେନ ଆଶାପ୍ରକାଶ କରିଛନ୍ତି।

ବିଜେପି ନେତାମାନଙ୍କୁ ଭେଟିବା ଲାଗି କ୍ୟାପ୍ଟେନ ଅମରିନ୍ଦର ସିଂହ ଗୁରୁବାର ଦିଲ୍ଲୀ ପହଞ୍ଚି ଯାଇଥିଲେ। ବିଜେପି ନେତା ଗଜେନ୍ଦ୍ର ଶେଖାୱତ ମଧ୍ୟ ପଞ୍ଜାବରେ ବିଜେପି ଓ ଲୋକ କଂଗ୍ରେସ ମିଳିତ ନିର୍ବାଚନ ଲଢିବେ ବୋଲି କହିଛନ୍ତି। ମେଣ୍ଟ ହେବ ବୋଲି ଆଗରୁ ଆମେ ସ୍ପଷ୍ଟ ଥିଲୁ ତେବେ ଶୁକ୍ରବାରର ସାକ୍ଷାତ ଆଲୋଚନା ପରେ ଏ ବାବଦେ ଆମେ ସମ୍ପୂର୍ଣ୍ଣ ସ୍ପଷ୍ଟ ବୋଲି ଶେଖାୱତ ଗଣମାଧ୍ୟମକୁ କହିଛନ୍ତି।

ଏଥିରେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଆମେ ୧୦୧ ପ୍ରତିଶତ ନିର୍ବାଚନ ଜିତୁଥିବା ଘୋଷଣା କରିଛନ୍ତି। ତେବେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀଙ୍କୁ ଛାଡି ନାହାନ୍ତି ଅମରିନ୍ଦର। ନିର୍ବାଚନକୁ ଆଗରେ ଦେଖି ଚନ୍ନୀ ଅନେକ ଘୋଷଣା କରିଦେଇଛନ୍ତି। ହେଲେ ସେ ସବୁ କାର୍ଯ୍ୟରେ ପରିଣତ କରିବା ତାଙ୍କ ପକ୍ଷେ ସମ୍ଭବନ ନୁହେଁ ବୋଲି ଅମରିନ୍ଦର କହିଛନ୍ତି।

ରାଜ୍ୟରେ ବିଜେପି ଓ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ନଜର ଶିରୋମଣୀ ଅକାଳୀ ଦଳରୁ ପୃଥକ ହୋଇଥିବା ନେତାଙ୍କ ଉପରେ ରହିଛି। ଅମରିନ୍ଦର ତାଙ୍କ ମେଣ୍ଟରେ ସୁଖଦେବ ଢିଣ୍ଡସାଙ୍କୁ ନେବେ ବୋଲି ମଧ୍ୟ ଦୃଢତାର ସହ କହୁଛନ୍ତି। ତେବେ ବିଜେପି ଓ ଲୋକ କଂଗ୍ରେସ ମେଣ୍ଟ ନେଇ ଶିରୋମଣୀ ଅକାଳୀ ଦଳ ଏବେବି ନିରବତା ଅବମଲମ୍ବନ କରୁଛି।

   Related Posts