ଆମେରିକା ତିଆରି କଲା ‘ନକଲି ସୂର୍ଯ୍ୟ’, ଅସଲି ଠାରୁ ୧୦୦ ଗୁଣା ଅଧିକ ଉତ୍ତପ୍ତ
15/12/2022 at 5:15 PM

ନୂଆଦିଲ୍ଳୀ, ୧୫/୧୨: ‘ନକଲି ସୂର୍ଯ୍ୟ’ ତିଆରି କରିବାରେ ଆମେରିକୀୟ ବୈଜ୍ଞାନିକଙ୍କ ସଫଳତା। ଅନେକ ଦଶନ୍ଧି ଧରି ପ୍ରୟାସ ପରେ ଆମେରିକୀୟ ବୈଜ୍ଞାନିକମାନେ ‘ନକଲି ସୂର୍ଯ୍ୟ’ ତିଆରି କରିଥିବା ନେଇ ଘୋଷଣା କରିଛନ୍ତି। ଏହା ଅସଲି ସୂର୍ଯ୍ୟଠାରୁ ୧୦୦ ଗୁଣା ଅଧିକ ଉତ୍ତପ୍ତ। ଆମେରିକା ବୈଜ୍ଞାନିକମାନେ ଏହାକୁ ଏକ ବଡ଼ ଖୋଜ୍ ବୋଲି କହିଛନ୍ତି।
ଆମେରିକା ଶକ୍ତି ବିଭାଗ ତରଫରୁ ମଙ୍ଗଳବାର କୁହାଯାଇଛି ଯେ, ଅନେକ ଦଶନ୍ଦି ପ୍ରୟାସ ମଧ୍ୟରେ ପ୍ରଥମ ଥର ନ୍ୟୁକ୍ଲିୟର ଫ୍ୟୁଜନ ଦ୍ବାରା ଅଧିକ ଉର୍ଜା ପ୍ରାପ୍ତ କରିବାରେ ସଫଳତା ହାସଲ ହୋଇଛି। ଅବଶ୍ୟ, ଏହି ଶକ୍ତି ଦ୍ବାରା ଭବିଷ୍ୟତରେ ଲୋକଙ୍କୁ ଫାଇଦା ମିଳିବ। କହିପାରିବା ଏଥିପାଇଁ ଆହୁରି ସମୟ ଲାଗିବ। ଏହାଦ୍ବାରା ସ୍ବଚ୍ଛ, ପ୍ରଦୂଷଣ ମୁକ୍ତ ଉର୍ଜା ଯୋଗାଣ ହୋଇପାରିବ। ଯାହା ଶସ୍ତା ଏବଂ ନିରବଚ୍ଛିନ୍ନ ଭାବରେ ମିଳିବ।
କାଲିଫର୍ଣ୍ଣିଆରେ ନାସନାଲ ଇଗ୍ନିସନ ଫେସିଲିଟିର ବିଶେଷଜ୍ଞ ପ୍ରଥମ ଥର ଏହି କ୍ଷମତାକୁ ପ୍ରଦର୍ଶିତ କରିଛନ୍ତି। ଏହାକୁ ‘ଫ୍ୟୁଜନ ଇଗ୍ନିସନ’ ଭାବରେ ଜଣାଯାଇଛି। ଏହି ପ୍ରୟୋଗକୁ କରିବା ପାଇଁ ଏକ ଗୋଲ୍ଡ କ୍ୟାନିଷ୍ଟରରେ ଡ୍ୟୁଟେରିୟମ ଏବଂ ଟ୍ରିଟିୟମର ଅତିରିକ୍ତ ନ୍ୟୁଟ୍ରନ୍ ସହ ହାଇଡ୍ରୋଜେନ୍ର ଦୁଇ ଅଣୁ ଦ୍ବାରା ତିଆରି ହୋଇଥିବା ଇନ୍ଧନର ୧ ମିଲିମିଟର ପେଲେଟ୍ ଉପରେ ୧୯୨ ଲେଜର ବିକିରଣ କରିଥିଲେ। ଏହି ଲେଜର ୨୦ ଗୁଣା ଏବଂ ୩୦ ଲକ୍ଷ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ହୋଇଥାଏ। ଅର୍ଥାତ୍ ସୂର୍ଯ୍ୟ ପୃଷ୍ଠରୁ ୧୦୦ ଗୁଣା ଅଧିକ ଗରମ। ଏହି ସ୍ଥିତି ଅଧିକ ସମୟ ଧରି ବଜାୟ ରହିଲେ ଇନ୍ଧନରେ ଫ୍ୟୁଜନ ହୋଇ ଶକ୍ତି ଉତ୍ପନ୍ନ ହେବ।
ତେବେ ନ୍ୟୁକ୍ଲିୟର ଫ୍ୟୁଜନ୍ରେ ସଂପୂର୍ଣ୍ଣ ଭାବରେ ସଫଳ ହେବା ଉପରେ ଆହୁରି ଅଧିକ ଗବେଷଣା ଏବଂ ପରୀକ୍ଷଣର ଆବଶ୍ୟକତା ରହିଛି। ଏଥିରେ ଅନେକ ସୁଧାରର ଆବଶ୍ୟକତା ରହିଛି ଏବଂ ବୈଜ୍ଞାନିକମାନେ ପ୍ରୟାସ ଜାରିରଖିଛନ୍ତି।