ଲୁଟ୍‌ ହୋଇଥିବା ୪୫ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ; ତିନି ଗିରଫ

Published By : Prameya-News7 Bureau | July 13, 2022 IST

ସମ୍ୱଲପୁର ୧୩/୦୭: ଲୁଟ ହୋଇଥିବା ୪୫ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ ହୋଇଛି। ଏହାକୁ ଲୁଟ୍‌ କରିଥିବା ୩ ଅଭିଯୁକ୍ତଙ୍କୁ ସମ୍ବଲପୁର ଚାରମାଲ ପୋଲିସ ଗିରଫ କରିଛି। ସୂଚନା ଅନୁସାରେ ଗତ ୨୮ ତାରିଖ ଦିନ ଏକ ଟ୍ରକରେ ପୁରୀରୁ ସମ୍ବଲପୁରକୁ ୪୫ ଲକ୍ଷ ଟଙ୍କାର ବିଦେଶୀ ମଦ ଯାଉଥିଲା। ହେଲେ ରାସ୍ତାରେ ଏକ କାରରେ ଦୁର୍ବୃତ୍ତମାନେ ତାଙ୍କର ପିଛା କରୁଥିଲେ।

ରେଢ଼ାଖୋଲ ଅତିକ୍ରମ କରିବା ପରେ ସେମାନେ ଟ୍ରକ୍‌ ଡ୍ରାଇଭରଙ୍କୁ ମାରଣାସ୍ତ୍ର ଦେଖାଇ ଭୟବୀତ କରି ହାତଗୋଡ଼ ବାନ୍ଧି ଦେଇଥିଲେ। ପରେ ଟ୍ରକରୁ ବିଦେଶୀ ମଦ ସବୁ କାଢ଼ି ନେଇ ଡ୍ରାଇଭରଙ୍କୁ ଛାଡି ଦେଇଥିଲେ। ତେବେ ଡ୍ରାଇଭରଙ୍କ ଲିଖିତ ଅଭିଯୋଗରେ ପୋଲିସ ୩ଜଣଙ୍କୁ ଗିରଫ କରିବା ସହ କାର୍ ସହି ୯୩୧ ପେଟି ମଦ ଜବତ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.