oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଆମ୍ମାକୁଣ୍ଡରେ ପର୍ଯ୍ୟଟକ ଭିଡ-ଏଠାରେ ମାଛଙ୍କୁ ଖାଇବାକୁ ଦେଲେ ମନୋସ୍କାମନା ପୂରଣ ହୁଏ

11/01/2020 at 5:54 PM

ମାଲକାନିଗିରି ୧୧।୦୧ – ଚାଲିଛି ପକିନିକ ଋତୁ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପ୍ରସିଦ୍ଧ ଶୈବପୀଠ ଆମ୍ମାକୁଣ୍ଡକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । କିନ୍ତୁ ହୁଡରେ କ୍ଷତିଗ୍ରସ୍ତ ଏହି ପର୍ଯ୍ୟଟନସ୍ଥଳୀର ଆଜି ଯାଏ ପୁନଃଉଦ୍ଧାର ହେ।ଇପାରିନି । ଯାହାକୁ ନେଇ ଅସନ୍ତେ।ଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ । 

ସବୁଜ ବନାନୀ ସହ ଦାମଲଦେଇ ଝରଣା ପାଣିର କୁଳୁକୁଳୁ ଶବ୍ଦ । ଘଞ୍ଚ ସବୁଜ ବନାନୀର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭେ।ଗ କରିବାକୁ ମାଲକାନାଗିରି ଜିଲ୍ଲା ଖଇରପୁଟ ବ୍ଲକ ପ୍ରସିଦ୍ଧ ଶୈବପୀଠ ଆମ୍ମାକୁଣ୍ଡକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି । ଏଠି ମାଁ ଦାମଲଦେଇ ଦେବୀ ଏବଂ ଭଗବାନ ରାମଙ୍କ ପାଦ ସହ ଶିବଙ୍କ ଲିଙ୍ଗ ପୂଜା ପାଉଛନ୍ତି । ତେଣୁ ବର୍ଷ ତମାମ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମେ । କିନ୍ତୁ ବାତ୍ୟା ହୁଡହୁଡ ପରଠୁ ଅବହେଳିତ ହେ।ଇ ପଡି ରହିଛି ଏହି ପ୍ରସିଦ୍ଧ ଶୈବ ପୀଠ । ଆମ୍ମା କୁଣ୍ଡରେ ବଡବଡ ପଥର ଖସି ମାଁ ଦାମଲଦେଇ ଦେବୀଙ୍କ ମନ୍ଦିର ବନ୍ଦ ହୋଇଯାଇଛି । କିନ୍ତୁ ଆଜି ଯାଏ ପଥର ହଟାଇବାକୁ କୌଣସି ପଦକ୍ଷପ ନିଆ ଯାଇ ନାହିଁ । ଯାହାକୁ ନେଇ ଅସନ୍ତେ।ଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ।

କିମ୍ବଦନ୍ତୀ କୁହେ ଏହି ଅଞ୍ଚଳ ଦଣ୍ଡକାରଣ୍ୟ ଥିଲା । ଭଗବାନ ରାମ ଲକ୍ଷ୍ମଣ ସୀତା ଏଠାରେ ବସ ବାସ କରୁ ଥିଲେ । ଏବଂ ବିଭିନ୍ନ ଜାଗାରେ ରାମଙ୍କ ପାଦ ଚିହ୍ନ ରହି ଥିବା ବେଳେ ମାତା ସୀତା ସ୍ନାନ କରୁଥିବା ସୀତା କୁଣ୍ଡ ମଧ୍ୟ ରହିଛି । ସେହି କୁଣ୍ଡରେ ବହୁ ସଂଖ୍ୟକ ମାଛ ରୁହନ୍ତି । ଏହି ମାଛ ଗୁଡିକ ଭଗବାନଙ୍କ ଅବତାର ବୋଲି ଅଞ୍ଚଳ ବାସୀ ବିଶ୍ବାସ କରୁଥିବା ବେଳେ ମାଛମାନଙ୍କୁ ଖାଇବାକୁ ଦେଲେ ମନସ୍କାମନା ପୁରଣ ହେ।ଇଥାଏ ବେ।ଲି କୁହାଯାଏ । କିନ୍ତୁ ପ୍ରଶାସନିକ ଅବେହେଳା ଯେ।ଗୁଁ ଲୋକ ଲୋଚନକୁ ଆସି ପାରୁନି ଏହି ପର୍ଯ୍ୟଟନସ୍ଥଳୀ ।

ଆମ୍ମା କୁଣ୍ଡ ଶୈବ ପୀଠର ପୁନଃଉଦ୍ଧାର ସହ ଏହାର ବିକାଶ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

   Related Posts