suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ହକି ବିଶ୍ୱକପରେ ତାରକା ମେଳି: ଆସିବେ ଅମିତାଭ, ଅମୀର, ସଚିନ !

30/11/2018 at 12:44 PM

ଭୁବନେଶ୍ୱର ୩୦/୧୧ : ଚଳିତ ହକି ବିଶ୍ୱକପରେ ଜମିବ ତାରକା ମେଳି | ଉଦଯାପନୀ ସନ୍ଧ୍ୟାରେ ଏମିତି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ, ଆଗରୁ କେହି ଦେଖିନଥିବେ | କଳିଙ୍ଗ ଷ୍ଟାଡିୟମ ମଂଚରେ ଏକାଠି ହେବେ ବଲିଉଡ ଓ କ୍ରୀଡା ଜଗତର ୬ ତାରକା |

ବଡ ଖବର ହେଲା, ଭୁବନେଶ୍ୱରରେ ଚାଲିଥିବା ହକି ମହାପର୍ବରେ ସାମିଲ ହେବାକୁ ଆସିପାରନ୍ତି ବଲିଉଡର ଶେହେନସା ଅମିତାଭ ବଚ୍ଛନ | ସୁପରଷ୍ଟାର ଅମୀର ଖାନ ମଧ୍ୟ ଯୋଗ ଦେବେ ବୋଲି ଶୁଣାଯାଉଛି | ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ବି ଆମନ୍ତ୍ରଣ କରାଯାଇଛି ହକି ମହାକୁଂଭ ପାଇଁ | ସଚିନ ମଧ୍ୟ ଏହି କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ହୋଇପାରନ୍ତି | ତାଲିକା ଏତିକିରେ ସରିଯାଇନି | ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ଼ ମଧ୍ୟ ହକି ବିଶ୍ୱକପର ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେବା ସମ୍ଭାବନା ରହିଛି | ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବଲିଉଡ ଚକୋଲେଟ ବୟ ସାହିଦ କପୁର ବି ଆସୁଛନ୍ତି ବୋଲି ଶୁଣିବାକୁ ମିଳିଛି | ଏହା ସହ ବଲିଉଡର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ସହ ଯୋଗାଯୋଗ କରାଯାଇଛି | ଯାହାଙ୍କ ନାମ ସର୍ଵପ୍ରାଇଜ ରଖାଯାଇଛି |

ଉଦ୍ଘାଟନୀ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ସୁପରଷ୍ଟାର ଶାହରୁଖ ଖାନ, ମାଧୁରୀ ଦୀକ୍ଷିତଙ୍କ ସହ ବରିଷ୍ଠ ସଂଗୀତକାର କଣ୍ଠଶିଳ୍ପୀ ଏ.ଆର.ରେହମାନ ଯୋଗ ଦେଇଥିଲେ | ସେମାନଙ୍କୁ ନେଇ ସାରା ଓଡିଶାରେ ହକିର କ୍ରେଜ ଆକାଶ ଛୁଇଁଥିଲା | ତା’ପରଦିନ ବାରବାଟୀରେ ହକି ପାଇଁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବ ରେ ସଲ୍ମାନ ଖାନଙ୍କ ଉପସ୍ଥିତି ସଭିଙ୍କୁ କିମିଆଁ କରିଥିଲା | ଏହାକୁ ହକି ଫିବର ଶୀର୍ଷରେ ପହଁଚିଥିବାବେଳେ ଉଦଯାପନୀ ସନ୍ଧ୍ୟାକୁ ଆହୁରି ଦମଦାର କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି | ଏ ନେଇ କ୍ରୀଡା ବିଭାଗ ବଲିଉଡର ସୁପରଷ୍ଟାର, ସୁନାମଧନ୍ୟ କଳାକାର ଓ ମହାନ କ୍ରିକେଟରମାନଙ୍କ ସହ ଯୋଗାଯୋଗ କରିଛନ୍ତି | ସେମାନଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି | କ୍ରୀଡା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେଉଁମାନଙ୍କୁ ଯୋଗାଯୋଗ କରାଯାଇଛି, ସେମାନଙ୍କ ଭିତରୁ କେତେକ ଆସିବେ ବୋଲି ସମ୍ମତି ଜଣାଇ ସାରିଲେଣି | ଅନ୍ୟମାନେ ଡିସେମ୍ବର ପ୍ରଥମ ସପ୍ତାହରେ ସ୍ପଷ୍ଟ କରିବେ | ଏହା ପରେ ଚୂଡାନ୍ତ ଘୋଷଣା କରାଯିବ |

ଏଥିରୁ ସ୍ପଷ୍ଟ ଭୁବନେଶ୍ୱରରେ ହକିକୁ ନେଇ ଏକ ମେଗା ଶୋ ହେବାକୁ ଯାଉଛି | ଏମିତି ଶୋ ହେବ, ଯାହାକୁ ନେଇ ସାରା ଭାରତ ଗର୍ବ ଅନୁଭବ କରିବ |

   Related Posts