ଅମିତାଭଙ୍କୁ ଡିସେମ୍ବର ୨୯ରେ 'ଦାଦା ସାହେବ ଫାଲକେ'ରେ ସମ୍ବର୍ଦ୍ଧିତ କରାଯିବ, ଜାଣନ୍ତୁ କ'ଣ କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ

Published By : Prameya-News7 Bureau | December 23, 2019 IST

ନୂଆଦିଲ୍ଲୀ ୨୩।୧୨:  ବିଶିଷ୍ଠ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଡିସେମ୍ବର ୨୯ ତାରିଖ ଦିନ 'ଦାଦା ସାହେବ ଫାଲକେ' ସମ୍ମାନରେ ସମ୍ମାନୀତ କରାଯିବ। ସୋମବାର ଜାତୀୟ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଏହି ଘୋଷଣା କରିଛନ୍ତି।

ରବିବାର ସନ୍ଧ୍ୟାରେ ଅମିତାଭ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଅସୁସ୍ଥ ଥିବା ନେଇ ସୂଚିତ କରିଥିଲେ। ଜ୍ୱରରେ ପୀଡିତ ଥିବା ଯୋଗୁ ଡାକ୍ତର ତାଙ୍କୁ ଯାତ୍ରା ଅନୁମତି ଦେଉ ନଥିବା ଉଲ୍ଲେଖ କରିଥିଲେ। ଏଣୁ ଜାନୁୟାରୀ ୨୩ ତାରିଖ ଜାତୀୟ ପୁରସ୍କାର ଲାଗି ସେ ଦିଲ୍ଲୀ ଯାଇ ପାରୁନଥିବା ସୂଚିତ କରିଥିଲେ। ତେବେ ଅମିତାଭଙ୍କୁ ରାଷ୍ଟ୍ରପତି ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ବର୍ଦ୍ଧିତ କରିବେ ବୋଲି କେନ୍ଦ୍ରମନ୍ତ୍ରୀ  କହିଛନ୍ତି। ସୋମବାର ରାଷ୍ଟ୍ରପତି ରାଜଧାନୀ ବାହାରେ ରହୁଥିବାରୁ ଡିସେମ୍ବର ୨୯ ତାରିଖରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଅୟୋଜନ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

୭୭ ବର୍ଷ ବୟସ୍କ ଅମିତାଭଙ୍କୁ ଭାରତୀୟ ଚଳଚିତ୍ର ଉଦ୍ୟୋଗ ନିମନ୍ତେ ତାଙ୍କର ଯୋଗଦାନ ନିମନ୍ତେ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ଏଥିନିମନ୍ତେ ଡିସେମ୍ବର ୨୯ ତାରିଖ ଦିନ ରାଷ୍ଟ୍ରପତି ଭଭନରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଅନ୍ୟାମାନଙ୍କ ସହ ଅମିତାଭ ବି ପୁରସ୍କୃତ ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.