ବିଗ୍ ବିଙ୍କ ମୁହଁରେ ଓଡ଼ିଆ ଫିଲ୍ମ ପ୍ରଶଂସା, ଟ୍ୱିଟରରେ ଅଭିନେତ୍ରୀ ଓ ଟିମ୍କୁ ଦେଲେ ଶୁଭେଚ୍ଛା
23/08/2022 at 8:25 AM

ମୁମ୍ୱାଇ ୨୩/୦୮: ଅମିତାଭଙ୍କ ଟ୍ବିଟରେ ଓଡ଼ିଆ ଫିଲ୍ମର କଥା। ବଲିଉଡ଼ ସେହେନ୍ ଶାହ ଅମିତାଭ ବଚନ ଟ୍ୱିଟ କରି ଓଡ଼ିଆ ଫିଲ୍ମ ତୁ ମୋର ଓକେକୁ ଶୁଭେଚ୍ଛା ଜଣାଇଛନ୍ତି। ସିଦ୍ଧାର୍ଥ ମ୍ୟୁଜିକ ପ୍ରଯୋଜିତ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।
ତୁ ମୋର ଓକେ ଟିମ୍ ଏବଂ ଶୀତଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅମିତାଭ ବଚନ। ବଡ଼ କଥା ହେଉଛି ଅମିତାଭ ଏମିତି ଏକ ସମୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶୁଭେଚ୍ଛା ଜଣାଇଛନ୍ତି ଯେତେବେଳେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଏକ ଜଟିଳ ସ୍ଥିତି ଦେଇ ଗତି କରୁଛି ।
T 4386 – Greetings to the Odia Film Industry ..
— Amitabh Bachchan (@SrBachchan) August 22, 2022
Film – "tu Moro ok"
Best wishes to Sheetal & Team@dayaent pic.twitter.com/vy7vFH4ihQ
ହଲରେ ଓଡ଼ିଆ ଫିଲ୍ମ ଦେଖିବାକୁ ବିମୁଖ ହେଉଛନ୍ତି ଲୋକେ। ତେଣୁ ଅମିତାଭ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶୁଭେଚ୍ଛା ଜଣାଇ ସମସ୍ତ ଓଡ଼ିଆ ସିନେ ପ୍ରେମୀଙ୍କୁ ଉତ୍ସାହିତ କରିବାକୁ ଚାହିଁଛନ୍ତି । ଅମିତାଭଙ୍କ ଏହି ଟ୍ବିଟକୁ ଅନେକ ଓଡ଼ିଆ ସ୍ବାଗତ କରିଥିବା ବେଳେ ଏଭଳି ଏକ ଲଭ୍ ରୋମାଣ୍ଟିକ ଫିଲ୍ମର ଅମିତାଭ ପ୍ରମୋଟ କରିଥିବାରୁ ନାପସନ୍ଦ କରିଛନ୍ତି।