ଜି-୨୦ରେ ଭାରତର ପ୍ରତିନିଧି ହେବେ ଅମିତାଭ କାନ୍ତ, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ନେବେ ସ୍ଥାନ

Published By : Prameya-News7 Bureau | July 07, 2022 IST

ନୂଆଦିଲ୍ଲୀ: ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ ଜି-୨୦ରେ ଭାରତର ପ୍ରତିନିଧିତ୍ୱ କରିବେ । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ସ୍ଥାନରେ ଏହି ଦାୟିତ୍ୱ ନେବେ ଅମିତାଭ କାନ୍ତ । ଚଳିତ ବର୍ଷ ଡିସେମ୍ୱର ୩୧ରୁ ଜି-୨୦ର ଅଧ୍ୟକ୍ଷତା କରିବେ । ତେବେ ଏଥିପାଇଁ ପୂର୍ଣ୍ଣକାଳୀନ ଶେର୍ପା (ଆୟୋଜକ ଦେଶର ପ୍ରତିନିଧି)ର ଆବଶ୍ୟକତା ରହିଛି ।  

wp:html /wp:html

ସୂତ୍ର ଅନୁସାରେ ଭାରତ ଚଳିତ ବର୍ଷ ଜି-୨୦ର ଅଧ୍ୟକ୍ଷ ହେବ । ଏପରିସ୍ଥିତିରେ ଆୟୋଜକ ଦେଶର ପ୍ରତିନିଧିଙ୍କୁ ବିଭିନ୍ନ ସ୍ଥାନରେ ହେବାକୁ ଥିବା ଅନେକ ବୈଠକରେ ଯୋଗ ଦେବାକୁ ପଡିଥାଏ। ଏଥିପାଇଁ ଅନେକ ସମୟ ଦେବାକୁ ମଧ୍ୟ ପଡିଥାଏ। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ନିକଟରେ ମୋଦୀ ମନ୍ତ୍ରିମଣ୍ଡଳର ବହୁ ବିଭାଗ ରହିଛି। ଏପରିସ୍ଥିତିରେ ସେ ଏହି ଭୂମିକା ଗ୍ରହଣ କରିବା କଠିନ ହେବ।

ପିୟୁଷ ଗୋୟଲ ରାଜ୍ୟସଭାରେ ଗୃହର ନେତା ସହ ଅନ୍ୟ ଭୂମିକା ଗ୍ରହଣ କରୁଛନ୍ତି। ଅନ୍ୟପଟେ ଅମିତାଭ କାନ୍ତ ପ୍ରାୟ ଛଅ ବର୍ଷ ଯାଏଁ ନୀତି ଆୟୋଗର ସିଇଓ ଥିଲେ ଏବଂ ଗତ ମାସରେ ନିଜର କାର୍ଯ୍ୟକାଳ ଶେଷ କରିଥିଲେ। କେରଳ କ୍ୟାଡରର ଆଇଏଏସ ଅଧିକାରୀ କାନ୍ତ ଏହା ପୂର୍ବରୁ ଡିଆଇପିପିର ସଚିବ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.