scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅମିତାଭ ବଚ୍ଚନଙ୍କ tweet ‘ବିଶ୍ୱକପ୍‌ ଦେଖି ଯିବେ କି ନା’, ହାତ ଯୋଡିଲେ ଜନତା, ଜାଣନ୍ତୁ କାହିଁକି ?

17/11/2023 at 3:58 PM

ମୁମ୍ବାଇ ୧୭।୧୧: ବିଗ୍ ବି ଅର୍ଥାତ ଅମିତାଭ ବଚ୍ଚନ କ୍ରିକେଟ୍ ୱାର୍ଲଡ କପ୍ ୨୦୨୩କୁ ନେଇ ଲଗାତାର ଏକ୍ସ ରେ  ପୋଷ୍ଟ ସେୟାର କରୁଛନ୍ତି। ନଭେମ୍ବର ୧୫ ତାରିଖରେ ହୋଇଥିବା ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଭାରତ ଚମକ୍‌ପ୍ରଦ  ବିଜୟ ହାସଲ କରିଥିଲା। ଟିମ୍‌ ଇଣ୍ଡିଆର ଏହି ବିଜୟକୁ ନେଇ ଅନ୍ୟ ବଲିଉଡ ଷ୍ଟାରଙ୍କ ଭଳି ଅମିତାଭ ବଚ୍ଚନ ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଲେଖିଥିଲେ। ତେବେ ସେ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଏପରି କିଛି ଉଲ୍ଲେଖ କରିଥିଲେ ଯେ ଯାହାକୁ ନେଇ ନେଟିଜେନ୍ସ ତାଙ୍କୁ ଅଶୁଭ (ପନୌତୀ) କହିବା ଆରମ୍ଭ କରିଛନ୍ତି। 

ତେବେ ସବୁଠୁ ଯାହା ମଜାଦାର କଥା ତାହା ହେଉଛି ନେଟିଜେନ୍ସଙ୍କ ଏପରି କମେଣ୍ଟ ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ। ଏକ୍ସରେ ଟ୍ରୋଲ ହେବା ପରେ ବିଗ୍‌ ବି ପୁଣି ଏକ ଟ୍ୱିଟ୍‌ କରିଛନ୍ତି, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଅମିତାଭ ବଚ୍ଚନଙ୍କ ଲାଟେଷ୍ଟ ପୋଷ୍ଟକୁ ଦେଖିଲେ ଲାଗୁଛି ସେ ଯେପରି ଦ୍ୱିବିଧାରେ ଅଛନ୍ତି। ସେ ବୁଝି ପାରୁ ନାହାନ୍ତି ତାଙ୍କୁ ଏ କ୍ଷେତ୍ରରେ କିପରି ନିଷ୍ପତ୍ତି ନେବାକୁ ହେବ। ବିଗ୍ ବି ଲାଟେଷ୍ଟ ୪୮୩୨  ସେୟାରରେ ଉଲ୍ଲେଖ କରିଛନ୍ତି ଯେ ‘ଏବେ ଭାବୁଛି ଯିବି କି ନ ଯିବି’?

ଅମିତାଭଙ୍କ ଏହି ଟ୍ୱିଟ୍‌ ପରେ କ୍ରିକେଟ୍ ପ୍ରେମୀ ତାଙ୍କୁ କୌଣସି ବି ପରିସ୍ଥିତିରେ କ୍ରିକେଟ୍ ମ୍ୟାଚ୍‌ ଦେଖି ନଯିବା ପାଇଁ  ହାତଯୋଡି ପ୍ରାର୍ଥନା କରୁଛନ୍ତି। ନେଟିଜେନ୍ସ ତାଙ୍କୁ ଷ୍ଟାଡିୟମକୁ ଯାଇ କ୍ରିକେଟ୍ ମ୍ୟାଚ୍‌ ନ ଦେଖିବା ପାଇଁ ନିବେଦନ କରିଥିବା ବେଳେ ଘରେ ବି ଟିଭିରେ ମ୍ୟାଚ୍‌ ନ ଦେଖନ୍ତୁ ବୋଲି ଅପିଲ କରିଛନ୍ତି। ନେଟିଜେନ୍ସ କହିଛନ୍ତି ଯେ ଯଦି ବିଗ୍ ବି ନିଜକୁ ଏଥି ପାଇଁ ଅଶୁଭ ମନେ କରୁଛନ୍ତି ତେବେ ନା ମ୍ୟାଚ୍ ଦେଖିବାକୁ ଯାଆନ୍ତୁ ନା ଘରେ ଟିଭିରେ ମ୍ୟାଚ୍‌ ଦେଖନ୍ତୁ ବୋଲି ନିବେଦନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଅମିତାଭ ବଚ୍ଚନ ୱାର୍ଲଡକପ୍ ସେମି ଫାଇନାଲ ମ୍ୟାଚ୍‌ ଭାରତ ଜିତିବା ପରେ ଟିମ୍‌ ଇଣ୍ଡିଆ ନିମନ୍ତେ ଏକ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ଉଲ୍ଲେଖ କରିଥିଲେ ‘ଟିମ୍‌ ଇଣ୍ଡିଆ ଏଥି ପାଇଁ ଜିତିଗଲା କାରଣ ମୁଁ ମ୍ୟାଚ୍‌ ଦେଖୁନଥିଲି’। ସେ ଲେଖିଥିଲେ ଯେବେ ସେ ମ୍ୟାଚ୍‌ ଦେଖନ୍ତିନି ସେତେବେଳେ ଆମେ ଜିତିଥାଉ। ବିଗ୍‌ ବିଙ୍କ ଏହି ଟ୍ୱିଟ୍‌ ପରେ ନେଟିଜେନ୍ସ ତାଙ୍କୁ ଏକ୍ସ ରେ ଅଶୁଭ କହିବା ଆରମ୍ଭ କରିଥିଲେ। ଏଥି ପାଇଁ ସେ ଏବେ ଟ୍ୱିଟ୍‌ରେ ‘ଭାବୁଛି ଯିବି କି ନାହିଁ’ ବୋଲି ନୂଆ ଟ୍ୱିଟ୍‌ କରିଛନ୍ତି। ତେବେ ତାଙ୍କ ଫ୍ୟାନ୍‌ସ ତାଙ୍କୁ ମ୍ୟାଚ୍‌ ନ ଦେଖିବାକୁ ଅନୁରୋଧ କରୁଛନ୍ତି। ତେବେ ଯାହା ବି ହେଉ ଫ୍ୟାନସ୍‌ ଙ୍କ ମନୋରଞ୍ଜନ କିପରି ହେବ ତାହା ଅମିତାଭ ବଚ୍ଚନ ବେଶ୍ ଜାଣନ୍ତି।

ରବିବାର କ୍ରିକେଟ୍ ମହାସମରର ମହାମୁକାବିଲା, ପ୍ରଦର୍ଶୀତ ହେବ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’

   Related Posts