oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ବଚ୍ଚନ ଦମ୍ପତ୍ତିଙ୍କୁ ଆଶ୍ୱସ୍ତି : ବିଏମସି ନୋଟିସ ବିରୋଧରେ ଆବେଦନ କରିପାରିବେ ଅମିତାଭ-ଜୟା

24/02/2022 at 8:46 AM

ମୁମ୍ବାଇ, ୨୪୦୨ବଲିଉଡର ଶେହନସାହ ଅମିତାଭ ବଚ୍ଚନ ଓ ତାଙ୍କ ପତ୍ନୀ ଜୟା ବଚ୍ଚନଙ୍କୁ ବମ୍ବେ ହାଇକୋର୍ଟ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ବୁଧବାର କୋର୍ଟ ମୁମ୍ବାଇ ନଗର ନିଗମକୁ ଉଭୟ ଦମ୍ପତ୍ତିଙ୍କ ଦ୍ୱାରା ଦାଖଲ ଆବେଦନର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବଚ୍ଚନ ଦମ୍ପତ୍ତି ବିଏମସି ବିରୋଧରେ ଆବେଦନ କରିପାରିବେ ।

ସୂଚନାନୁସାରେ, ଜୁହୁରେ ଏକ ଜମିରେ ଅମିତାଭ ଓ ଜୟାଙ୍କ ବଙ୍ଗଳା ରହିଛି । ଏଠାରେ ରାସ୍ତାର ବିସ୍ତାରୀକରଣ କରାଯାଉଛି । ଆବେଦନର ଶୁଣାଣି ନହେବା ଯାଏଁ ବିଏମସି କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନ୍ୟାୟମୂର୍ତ୍ତି ଆରଡି ଧାନୁକା ଓ ଏସଏମ ମୋଦକଙ୍କ ଖଣ୍ଡପୀଠ ଅମିତାଭ ଓ ଜୟାଙ୍କ ଦ୍ୱାରା ଦାଖଲ ଅବେଦନର ଶୁଣାଣି କରିଥିଲେ । ଏହାସହ କୋର୍ଟ କହିଥିଲେ ଯେ, ଆବେଦନରେ ଦମ୍ପତ୍ତି ସେମାନଙ୍କ ପକ୍ଷରେ ରାୟ ଦେବାକୁ ଅନୁରୋଧ କରିଥିଲେ । ସେପଟେ ବମ୍ବେ ନଗର ନିଗମ ଦମ୍ପତ୍ତିଙ୍କ ଜମିକୁ କବଜା କରିବା ପାଇଁ ଚାହୁଁଛି । କାରଣ ଏହି ଜମି ରାସ୍ତା ପାଇଁ ପ୍ରସ୍ତାବିତ ଜମିରେ ଆସୁଛି ।

ବଚ୍ଚନ ପରିବାରର କହିବାନୁସାରେ, ବିଏମସି ଅଧିନୟମ ୧୯୮୮ ଧାରା ୨୯୯ରେ ତାଙ୍କୁ ନୋଟିସ କରାଯାଇପାରିବ ନାହିଁ । କାରଣ ଭୂମି ଅଧିଗ୍ରହଣ, ପୁନର୍ବାସ ସ୍ୱତନ୍ତ୍ର ଅଧିକାର ପରିସରରେ ଆସୁଛି । ସେମାନେ ଶୁଣାଣି ନସରିବା ଯାଏଁ ବିଏମସି କିଛି ଦଣ୍ଡାତ୍ମକ ପଦକ୍ଷେପ ନେଇପାରିବ ନାହିଁ ବୋଲି ଆବେଦନ କରିଥିଲେ । କୋର୍ଟ ମଧ୍ୟ ଏହାର ଶୁଣାଣି କରି ୬ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ବିଏମସିକୁ କହିଛନ୍ତି ।

   Related Posts