ଜନ୍ମ ଦିନରେ ଭୁଲ ବୟସ ଲେଖିଦେଲେ ବିଗ୍ ବି, ଝିଅ ଶ୍ୱେତା କଲେ କରେକ୍ଟ

Published By : Prameya-News7 Bureau | October 11, 2021 IST

ମୁମ୍ବାଇ ୧୧/୧୦: ଆଜି ବଲିଉଡର 'ଶେହେନ୍ସା' ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କର ଘନିଷ୍ଠ ତଥା ଶୁଭେଚ୍ଛୁମାନେ ସୋସିଆଲ ମିଡିଆରେ ୱିସ୍ କରୁଛନ୍ତି। ଏଥିସହିତ ତାଙ୍କ ପ୍ରଶଂସକ ମଧ୍ୟ ଘର ବାହାରେ ଏକାଠି ହୋଇଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ତାଙ୍କ ବୟସ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାକୁ ତାଙ୍କ ଝିଅ ଶ୍ୱେତା ବଚ୍ଚନ ସଂଶୋଧିତ କରିଛନ୍ତି।

wp:html
/wp:html

ଅମିତାଭ ବଚ୍ଚନ ତାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ସହିତ ଲେଖା ହୋଇଛି, ୮୦ ର ପର୍ଯ୍ୟାୟରେ ପହଞ୍ଚିଛି। ଏହି ପୋଷ୍ଟର କମେଣ୍ଟ ସେକ୍ସନରେ ବିଗ୍ ବିଙ୍କ ଝିଅ ସଂଶୋଧନ କରି ୭୦ ଲେଖିଛନ୍ତି। ଫଟୋରେ ଅମିତାଭ ବଚ୍ଚନ ଲାଇଟ୍ ଗ୍ରେ ଜ୍ୟାକେଟ ଏବଂ ଡାର୍କ ଗ୍ରେ ଟ୍ରାଉଜର ପିନ୍ଧିଥିବାର ନଜର ଆସିଛନ୍ତି। ସେ ଏକ ସ୍ଲିଙ୍ଗ ବ୍ୟାଗ ଧରିଛନ୍ତି। ତାଙ୍କର ଏହି ପୋଷ୍ଟକୁ ନେଇ ଅନେକ ସେଲିବ୍ରେଟ୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

wp:html /wp:html

ଅମିତାଭ ବଚ୍ଚନ ମଧ୍ୟ ଟ୍ୱିଟରରେ ଏକ ମଜାଦାର ପୋଷ୍ଟ କରିଛନ୍ତି। ଏହି ଫଟୋ ସହିତ ସେ ଲେଖିଛନ୍ତି, ଯେତେ ସାଠ (୬୦) ସେବେ ପାଠ, ଯେବେ ଅଶୀ (୮୦) ସେବେ ଲସି। ସେ ତାଙ୍କ ବ୍ଲଗରେ ଥିବା ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.